ଭୁବନେଶ୍ୱରକୁ ମିଳିଲା ସମ୍ମାନଜନକ ‘ବେଷ୍ଟ ସ୍ମାର୍ଟ ସିଟି’ ଆୱାର୍ଡ

ଭୁବନେଶ୍ୱର,୨୯।୯ :ଇଣ୍ଡିଆ ସ୍ମାର୍ଟ ସିଟିଜ୍କନକ୍ଲେଭ-୨୦୨୩ରେ ଭୁବନେଶ୍ୱରକୁ ପୂର୍ବାଞ୍ଚଳର ବେଷ୍ଟ ସ୍ମାର୍ଟ ସିଟି ସମ୍ମାନ ଦିଆଯାଇଛି । ଭୁବନେଶ୍ୱରକୁ ମିଳିଲା ସମ୍ମାନଜନକ ‘ବେଷ୍ଟ ସ୍ମାର୍ଟ ସିଟି’ ଆୱାର୍ଡ ।  ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏହି ସମ୍ମାନ ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କଦୂରଦୃଷ୍ଟି ସଂପନ୍ନ ସହରାଂଚଳ ରୂପାନ୍ତରୀକରଣ ଏବଂ ସହରକୁ ଗଢିବାରେ ଅଦମ୍ୟ ଚେଷ୍ଟା, ସୃଜନଶୀଳତା, ଦୀର୍ଘ ମିଆଦି ଅନ୍ତର୍ଭୁକ୍ତିକରଣ ବିକାଶର ପ୍ରତିଫଳନ ସ୍ବରୂପ । ସେହିପରି ଉଲ୍ଲେଖନୀୟ ଅବଦାନ ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ସହଭାଗୀ ଅନୁଷ୍ଠାନ ହନିୱେଲ ଅଟୋମେସନକୁ ମିଳିଛି ‘ପାର୍ଟନର ଏମ୍ସ୍‌ଇ ସମ୍ମାନ’ । ସ୍ମାର୍ଟ ସିଟି କାମର ଅଗ୍ରଗତି ସହ ଏହାର ନବୀକରଣ ଏବଂ ଉତ୍କର୍ଷତା, ଗୋଷ୍ଠୀ ଉପରେ ପୂର୍ଣ୍ଣ ପ୍ରଭାବ ପକାଇପାରିଛି ।ପାରଦର୍ଶିତା ଓ ପ୍ରତିବଦ୍ଧତା ପାଇଁ ଏହି ସମ୍ମାନ ମିଳିଛି ।ମଧ୍ୟ ପ୍ରଦେଶର ଇନ୍ଦୋରଠାରେ ଅନୁଷ୍ଠିତ ଇଣ୍ଡିଆ ସ୍ମାର୍ଟ ସିଜିଜ୍ କନକ୍ଲେଭ-୨୦୨୩ ସମ୍ମାନ ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା । ଭୁବନେଶ୍ବର ମହାନଗର ନିଗମର ମାନନୀୟ ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ନେତୃତ୍ବରେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ସ୍ମାର୍ଟ ସିଟି ଲିମିଟେଡ(ବିଏସ୍ସିଏଲ୍)ର ଜେନେରାଲ ମ୍ୟାନେଜର ଶ୍ରୀ ସୁବ୍ରତ କୁମାର ବେହେରାଙ୍କ ସମେତ ଟିମ୍ ବିଏମ୍ସି, ଟିମ୍ ବିଏସ୍‌ସିଏଲ୍‌ ଏବଂ ହନିୱେଲର ସଦସ୍ୟମାନେ ଏହି ସମ୍ମାନ ଗ୍ରହଣ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!