ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା ଭାରତୀୟ ଖେଳାଳିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୦।୧୦: ଚୀନ୍‌ର ହ୍ବାଙ୍ଗଝୋରେ ସଦ୍ୟସମାପ୍ତ ହୋଇଥିବା ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା ଭାରତୀୟ ଖେଳାଳିଙ୍କୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିବା ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ନୂଆଦିଲ୍ଲୀସ୍ଥିତ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଅପରାହ୍ଣ ୪ଟା ୩୦ ମିନିଟ୍‌ରେ ଏହି କାର୍ଯ୍ୟକ୍ରମ ହେବ।ଆଜି ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମଠାରେ ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିବେ । ଏସୀୟ କ୍ରୀଡ଼ା ଉଲ୍ଲେଖନୀୟ ସଫଳତା ପାଇଁ କ୍ରୀଡାବିତ୍ ମାନଙ୍କୁ ଅଭିନନ୍ଦନ ଜଣାଇବା ଏବଂ ଭବିଷ୍ୟତ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି ।ଏସୀୟ କ୍ରୀଡ଼ାରେ ଭାରତ ୨୮ ଟି ସ୍ବର୍ଣ୍ଣ ପଦକ ସମେତ ମୋଟ ୧୦୭ ପଦକ ଜିତିଛି । ସମୁଦାୟ ପଦକ ସଂଖ୍ୟା ଦୃଷ୍ଟିରୁ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ଶ୍ରେଷ୍ଠ ପ୍ରଦର୍ଶନ । ଏହି କାର୍ଯ୍ୟକ୍ରମରେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳର କ୍ରୀଡ଼ାବିତ୍‌,  ପ୍ରଶିକ୍ଷକ, ଭାରତୀୟ ଅଲିମ୍ପିକ୍ ସଂଘର ଅଧିକାରୀ, ଜାତୀୟ କ୍ରୀଡ଼ା ମହାସଂଘର ପ୍ରତିନିଧି ମାନଙ୍କ ସମେତ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଯୋଗ ଦେବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!