ନୂଆଦିଲ୍ଳୀ,୧୧।୧୦ : : ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଖେଳା ଯିବ । ରାଜଧାନୀରେ ମୁହାଁମୁହିଁ ହେବେ ଦୁଇ ଦଳ । ଆୟୋଜକ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଚଳିତ ବିଶ୍ୱକପ୍ରେ ବୁଧବାର ଦ୍ୱିତୀୟ ଲିଗ୍ ମ୍ୟାଚ୍ ଖେଳିବେ। ଏହା ପୂର୍ବରୁ ଚେନ୍ନଇରେ ଅଷ୍ଟ୍ରେଲିଆକୁ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲାରେ ଭାରତ ହରାଇଥିଲା। ଅନ୍ୟପକ୍ଷରେ ବାଂଲାଦେଶଠାରୁ ଆଫଗାନିସ୍ତାନ ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇଥିଲା। କିନ୍ତୁ ଏଠାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବନାମ ଶ୍ରୀଲଙ୍କା ମୁକାବିଲାରେ ୭୫୦ରୁ ଅଧିକ ରନ୍ ସଂଗୃହୀତ ହୋଇଛି। ଏହା ଫଳରେ ଏଠାରେ ଆଉ ଏକ ହାଇ ସ୍କୋରିଂ ମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। କିନ୍ତୁ ରୋହିତ ଶର୍ମାଙ୍କ ଭାରତୀୟ ଦଳ ଏହି ମ୍ୟାଚ୍ରେ ଆଫଗାନିସ୍ତାନକୁ ପରାସ୍ତ କରି ବିଜୟଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ଖେଳିବ। କ୍ରମାଗତ ଦ୍ୱିତୀୟ ମ୍ୟାଚ୍ରେ ଭାରତୀୟ ଓପନର ଶୁବମାନ ଗିଲ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଇଶାନ କିଶାନ ନିଜ ସ୍ଥାନ ପକ୍କା କରିବା ଓ ଭାରତୀୟ ଦଳ ତ୍ରୁଟିପୂର୍ଣ୍ଣ କ୍ରିକେଟ ଖେଳିବା ଉପରେ ଗୁରୁତ୍ୱ ଦେଉଛି।
ଭାରତ
ବ୍ୟାଟର୍- ରୋହିତ୍ ଶର୍ମା (ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଅଲ୍ରାଉଣ୍ଡର-ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାଦ୍ଦୁଳ ଠାକୁର, ୱିକେଟ୍ରକ୍ଷକ- ଲୋକେଶ ରାହୁଲ, ଇଶାନ କିଶାନ, ବୋଲର-ଯଶପ୍ରୀତ୍ ବୁମ୍ରା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ।
ଆଫଗାନିସ୍ତାନ
ବ୍ୟାଟର୍- ଇବ୍ରାହିମ ଜଡ୍ରାନ, ରିଆଜ ହାସାନ, ନାଜିବୁଲ ଜଡ୍ରାନ, ହସମତୁଲ୍ଲା ସାହିଦୀ (ଅଧିନାୟକ), ଅଲ୍ରାଉଣ୍ଡର- ରହମତ୍ ଶାହ, ମହମ୍ମଦ ନବୀ, ରଶିଦ ଖାନ, ଆଜମତୁଲ୍ଲା ଓମାଜାଇ, ୱିକେଟ୍ରକ୍ଷକ- ରହମନଉଲ୍ଲା ଗୁର୍ବାଜ ଓ ଇକ୍ରାମ ଆଲିଖିଲ, ବୋଲର- ଅବଦୁଲ୍ଲା ରହମନ, ନୁର୍ ଅହମ୍ମଦ, ମୁଜିବ ଉର୍ ରହମନ, ଫଜଲହକ୍ ଫାରୁକି, ନବୀନ-ଉଲ୍-ହକ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |