ନୂଆଦିଲ୍ଲୀ,୧୧ା୧୦: ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ। ଏହାର ପଶ୍ଚିମ ପ୍ରାନ୍ତରେ ପୁଣି ଥରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏନେଇ ‘ଜର୍ମାନ୍ ରିସର୍ଚ ସେଣ୍ଟର୍ ଫର୍ ଜିଓସାଇନ୍ସେସ୍’ (ଜିଏଫ୍ଜେଡ୍) ସୂଚନା ଦେଇଛି। ଜିଏଫ୍ଜେଡ୍ର ରିପୋର୍ଟ ମୁତାବକ ରିକ୍ଟର୍ ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୩ ରେକର୍ଡ କରାଯାଇଛି। ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଏହାର ଉତ୍ପତ୍ତିସ୍ଥଳ ଥିବା ସୂଚନା ମିଳିଛି। ତେବେ ଏହି ଭୂମିକମ୍ପ ଯୋଗୁ କେତେ ମୃତାହତ ହୋଇଛନ୍ତି କ’ଣ ସବୁ କ୍ଷୟକ୍ଷତି ଘଟିଛି ସେନେଇ କୌଣସି ସୂଚନା ମିଳିନାହିଁ। ଆଫଗାନିସ୍ତାନରେ ବୁଧବାର ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୩ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ର ଉତ୍ତର-ପଶ୍ଚିମ ଆଫଗାନିସ୍ତାନରୁ ଭୂମିରୁ ୧୦ କିମି ଗଭୀର ବୋଲି ଜଣାପଡିଛି। ସକାଳ ୬ଟା୧୧ରେ ଭୂକମ୍ପ ଝଟକା ଅନୁଭବ ହୋଇଛି।ଉଲ୍ଲେଖଯୋଗ୍ୟ, ଗତ ଶନିବାର ଦିନ ଆଫଗାନିସ୍ତାନରେ ଭୂମିକମ୍ପ ଯୋଗୁଁ କେତୋଟି ଗାଁ ନିଶ୍ଚିହ୍ନ ହୋଇଯିବା ସହିତ ଅନେକ ଘର ଓ ବଡ଼ ବଡ଼ କୋଠା ଭାଙ୍ଗିରୁଜି ଯାଇଥିଲା। ଏଥିରେ ପ୍ରାୟ ୨୦୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |