ପଠାନକୋଟ୍‌‌ ଆକ୍ରମଣର ମାଷ୍ଟରମାଇଣ୍ଡକୁ ଗୁଳି କରି ହତ୍ୟା

ଇସଲାମାବାଦ,୧୧ା୧୦ : ମୋଷ୍ଟ୍‌‌ ୱାଣ୍ଟେଡ୍‌‌ ଆତଙ୍କବାଦୀକୁ ପାକିସ୍ତାନରେ ହତ୍ୟା କରାଯାଇଥିବା ନେଇ ବୁଧବାର ଖବର ମିଳିଛି। ଆତଙ୍କବାଦୀ ସାହିଦ ଲତିଫ୍‌‌କୁ ପାକିସ୍ତାନରେ ଗୁଳି କରି ହତ୍ୟା କରାଯାଇଛି। ସିଆଲକୋଟ୍‌‌ରେ ଉକ୍ତ ଆତଙ୍କବାଦୀକୁ ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ଏନଆଇଏର ୱାଣ୍ଟେଡ୍‌‌ ତାଲିକାରେ ରହିଥିଲା ସାହିଦ ଲତିଫ୍‌‌। ଏହାସହ ପଠାନକୋଟ୍‌‌ ଆକ୍ରମଣର ମଧ୍ୟ ସାହିଦ ମାଷ୍ଟରମାଇଣ୍ଡ ଥିଲା।ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ରଶିଦ ଲତିଫକୁ ଗୁଳିକରି ହତ୍ୟା କରାଯାଇଛି । ଭାରତର ପାଇଁ ମୋଷ୍ଟୱାଣ୍ଡେଡ ଥିବା ଏହି ଆତଙ୍କବାଦୀକୁ ପାକିସ୍ତାନରେ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଜାତୀୟ ତଦନ୍ତକାରୀ ସଂସ୍ଥା (ନିଆ) ପକ୍ଷରୁ ଲତିଫ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଆଧାରରେ ମାମଲା ଦାୟର କରାଯାଇଥିଲା । ସେ ଭାରତ ସରକାରଙ୍କର ଏକ ଲିଷ୍ଟେଡ ଆତଙ୍କବାଦୀ ରହିଥିଲା । ଗତ ୧୦୧୬ ମସିହାରେ ପଞ୍ଜାବର ପଠାନକୋଟ ସ୍ଥିତ ଏୟାରବେସ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଉକ୍ତ ଆକ୍ରମଣ କରିଥିଲା । ସେହି ଆକ୍ରମଣରେ ଭାରତର ୭ ଜଣ ଯବାନ ସହିଦ ହୋଇଥିଲେ । ପଠାନକୋଟ ଏୟାରଫୋର୍ସ ଷ୍ଟେସନ ଭାରତର ସୀମା ନିକଟରେ ରହିଥିବା ବେଳେ ସେଠାରେ ବଡ଼ ବଡ଼ ହତିଆର ରଖାଯାଇଥାଏ । ଏପରିକି ଯୁଦ୍ଧ ସ୍ଥିତି ଉପୁଜିଲେ ସେଠାରେ ପୂରା ରଣନୀତି ନିର୍ଦ୍ଧାରଣ କରାଯାଇଥାଏ । ୧୯୬୫ ଓ ୧୯୭୧ ଯୁଦ୍ଧ ସମୟରେ ଉକ୍ତ ଏୟାରବେସ ଏକ ବଡ଼ ଭୂମିକା ନିର୍ବାହ କରିଥିଲା । ମିଗ-୨୧ ଯୁଦ୍ଧ ବିମାନ ପାଇଁ ଉକ୍ତ ଷ୍ଟେସନ ପ୍ରସ୍ତୁତ କରାଯାଇଛି । ରଶିଦ ପୂର୍ବରୁ ପାକିସ୍ତାନରେ ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି । ଜମ୍ମୁ କଶ୍ମୀରର କୁପବାଡ଼ା ଜିଲ୍ଲାରେ ରହୁଥିବା ବସୀର ଅହମଦ ପୀର ଓରଫ ଇମତିଆଜ ଆଲମକୁ ପାକିସ୍ତାନରେ କିଛି ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ । ପୂର୍ବରୁ ହିଜବୁଲ ମୁଜାହୁଦ୍ଦିନର ଲଞ୍ଚିଂ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା ବଶୀର । ଗତବର୍ଷ ଭାରତ ସରକାର ତାକୁ ଆତଙ୍କବାଦୀ ଘୋଷଣା କରିଥିଲେ । ସେ ରାୱଲପିଣ୍ଡିରେ ରହି ଜମ୍ମୁ କଶ୍ମୀରରେ ବେଆଇନ ଭାବେ ପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ସହାୟତା ପ୍ରଦାନ କରିଆସୁଥିଲା । ସେହିପରି ଗତ ବର୍ଷ ଫେବୃଆରୀ ୨୨ରେ ଏଜାଜ ଅହମଦ ଅହଙ୍ଗରକୁ କାବୁଲରେ ହତ୍ୟା କରାଯାଇଥିଲା । ଗତବର୍ଷ ଫେବୃଆରୀରେ ୨୬ରେ ଅଲ ବଦ୍ରର ପୂର୍ବ କମାଣ୍ଡର ସୟଦ ଖାଲିଦ ରଜାକୁ ପାକିସ୍ତାନରେ ଗୁଳି କରି ହତ୍ୟା କରାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!