ଜମି ବିବାଦକୁ ନେଇ ଖଣ୍ଡଯୁଦ୍ଧ

ଭଦ୍ରକ,୧୧।୧୦ :   ଜମି ବିଦକୁ ନେଇ ଭଦ୍ରକ ଜିଲ୍ଲାର ମୁଖ୍ୟ ହସ୍ପିଟାଲ ପରିସରରେ ଖଣ୍ଡଯୁଦ୍ଧ ହୋଇଛି । ଉଭୟ ଗୋଷ୍ଠୀ ମଧ୍ୟରେ ପିଟାପିଟି ହେବା ସହ ପୋଲିସକୁ ମଧ୍ୟ ଆକ୍ରମଣ କରିଛନ୍ତି ।ଭଦ୍ରକର ବନ୍ତ ଛକରେ ଜମି ବିବାଦକୁ ନେଇ ଜଣେ ଯୁବକଙ୍କୁ ଛୁରାମାଡ ହୋଇଥିଲା । ତେବେ ଗୁରୁତରକୁ ହସ୍ପିଟାଲ ଆଣିବା ପାରେ ଉଭୟ ଗୋଷ୍ଠୀ ମଧ୍ୟରେ ପୁଣି ପିଟାପିଟି ହୋଇଥିଲେ । ସୂଚନାଯୋଗ୍ୟ ଯେ, ଘଟଣାସ୍ଥଳକୁ ଆସିଥିବା ଭଦ୍ରକ ଟାଉନ ଥାନା ଆଇଆଇସି ଓ ସିଟି ଡିଏସପି ବି ଏହି ଆକ୍ରମଣରୁ ବର୍ତ୍ତି ପାରିଲେନି । ସେଠାରେ ଘଟଣାକୁ କାବୁ କରିବା ପାଇଁ ପୋଲିସ ଲାଠିଚାର୍ଜ କରିଥିଲା ଏହି ଘଟଣାରେ ୩ଜଣ ଆହତ ହୋଇଥିବା ବେଳେ ଛୁରାମାଡରେ ଗୁରୁତର ହୋଇଥିବା ଯୁବକଙ୍କୁ ଡାକ୍ତର କଟକ ହସ୍ପିଟାଲକୁ ସ୍ଥାନାନ୍ତର କରିଛି । ଏହି ଘଟଣା ସମ୍ପର୍କିତ ୨ଜଣକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।ଗତକାଲି ବନ୍ତ ଛକରେ ଜଣେ ଯୁବକଙ୍କୁ ଛୁରାମାଡ଼ରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଭଦ୍ରକ କଚେରି ବଜାରରେ ଫଳ ଦୋକାନ ଭଙ୍ଗାରୁଜା ପରେ ଏଭଳି ଘଟଣା ଘଟିଥିଲା। ଏହାପରେ ଭଦ୍ରକ ସହରରେ ଓ ମେଡିକାଲରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଛୁରାମାଡ଼ରେ ଗୁରୁତର ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!