ଭୁବନେଶ୍ୱର, ୧୧।୧୦ କଲେଜ ଛାତ୍ରଛାତ୍ରୀ ବି ଶୁଣିବେ ଭାରତୀୟ ହକିର ଗୌରବମୟ ଇତିହାସ ଓ ସଫଳତାର ଗାଥା । ପ୍ରତି ସୋମବାର ପିଲାଙ୍କୁ କଲେଜରେ ଏକାଠି କରି ବାର୍ତ୍ତା ଦିଆଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି । ଜାତୀୟ ହକି ଦଳର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ବିଷୟରେ ଜାଣିବେ ଛାତ୍ରଛାତ୍ରୀ।ଓଡ଼ିଶା ପ୍ରଯୋଜକ ହେବା ପରେ କିପରି ଦଳର ପ୍ରଦର୍ଶନରେ ଉନ୍ନତି ଆସିଛି ସେ ବିଷୟରେ ବି କୁହାଯିବ ଏହି ଅବସରରେ । କଲେଜରେ ପଢ଼ାଯିବାକୁ ଥିବା ଦୁଇ ପୃଷ୍ଠା ସମ୍ବଳିତ ବାର୍ତ୍ତାକୁ ବି ଉଚ୍ଚ ଶିକ୍ଷା ବିଭାଗ ପ୍ରସ୍ତୁତ କରି କଲେଜ୍ ଅଧ୍ୟକ୍ଷମାନଙ୍କୁ ପଠାଇଥିବା ସୂଚନା ମିଳିଛି। ଏଥିସହ କ୍ୟାମ୍ପସରେ ହକି ସଫଳତା ସମ୍ବଳିତ ବ୍ୟାନର ମାରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ପ୍ରତ୍ୟେକ ସୋମବାର ରାଜ୍ୟର ସମସ୍ତ ସରକାରୀ,ବେସରକାରୀ ଓ ଅନୁଦାନପ୍ରାପ୍ତ କଲେଜ କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରାଯିବ । ଭାରତୀୟ ହକିର ପୁନରୁଦ୍ଧାର ଓ ହୃତଗୌରବ ଫେରାଇବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନର ଗାଥା କ୍ୟାମ୍ପସରେ କଲେଜ ପିଲାମାନଙ୍କୁ ଅବଗତ କରାଯିବ । ଏହାସହିତ କ୍ୟାମ୍ପସରେ ନବୀନଙ୍କ ଫଟୋଚିତ୍ର ସହ ଭାରତୀୟ ହକି ଦଳକୁ ଅଭିନନ୍ଦନର ସନ୍ଦେଶ ଥିବା ବଡ଼ ବଡ଼ ବ୍ୟାନର କଲେଜ କ୍ୟାମ୍ପସରେ ଲାଗିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |