ଇସ୍ରାଏଲ-ହମାସ ଭୟଙ୍କର ଯୁଦ୍ଧ , ଫସି ରହିଛନ୍ତି ୫୦ ଓଡ଼ିଆ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ,୧୧।୧୦:ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗିଥିବା ଘମାଘୋଟ ଯୁଦ୍ଧରେ ଥରହର ହେଉଛି ସମଗ୍ର ବିଶ୍ୱ । ଏହି ରକ୍ତପାତରେ ଏଯାବତ ୩ ହଜାରରୁ ଅଧିକ ଜୀବନ ଗଲାଣି। ବହୁ ସମ୍ପତି ଆଖି ଆଗରେ ଛାରଖାର ହୋଇ ଯାଉଛି। ଏପରି ସମୟରେ ଇସ୍ରାଏଲରେ ଫସି ରହିଛନ୍ତି ୫୦ ଓଡ଼ିଆ ଛାତ୍ରଛାତ୍ରୀ । ସେଠାରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରାୟ ୫୦ ଛାତ୍ରଛାତ୍ରୀ ପଢୁଥିବା ସୂଚନା ମିଳିଛି । ଏବେ ଏହି ପିଲାଙ୍କ ବାପାମା’ଙ୍କ ଆଖିରୁ ନିଦ ହଜି ଯାଇଥିବା ବେଳେ ସେମାନେ କେବଳ ଭଗବାନଙ୍କ ନିକଟରେ ସେମାନଙ୍କ ଶୁଭ ମନାସି ନିଜ ପିଲାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି ।ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଭିତରେ ଇସ୍ରାଏଲରେ ଫସି ରହିଛନ୍ତି ୫୦ ଓଡ଼ିଆ ଛାତ୍ରଛାତ୍ରୀ । ସେଠାରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରାୟ ୫୦ ଛାତ୍ରଛାତ୍ରୀ ପଢୁଥିବା ସୂଚନା ମିଳିଛି । ତେବେ ଯୁଦ୍ଧ ଯୋଗୁ ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଦେଶର ଅନ୍ୟ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ଥିବା କୁହାଯାଉଛି । ତେବେ ଯୁଦ୍ଧ ପରିସ୍ଥିତି ଯୋଗୁ ସେଠାରେ ଥିବା ଓଡ଼ିଆ ଛାତ୍ରଛାତ୍ରୀ ଘରୁ ବାହାରକୁ ବାହାରୁନାହାନ୍ତି । ଯଦି ଯୁଦ୍ଧ ସାଇରନ ବାଜୁଛି ତେବେ ତୁରନ୍ତ ଲୋକେ ବଙ୍କର ଭିତରକୁ ପଳାଉଛନ୍ତି । କେମିତି ତୁରନ୍ତ ବଙ୍କର ଭିତରକୁ ଯିବେ ସେନେଇ ଲୋକ ମାନଙ୍କୁ ସେନା ପକ୍ଷରୁ ତାଲିମ ଦିଆଯାଇଛି । ଖାଦ୍ୟପେୟ ୭୨ ଘଣ୍ଟା ପାଇଁ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଇସ୍ରାଏଲର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡ଼ିଶାରୁ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ର ପଢ଼ୁଛନ୍ତି। ଯୁଦ୍ଧ ପରିସ୍ଥିତି ଯୋଗୁ ସେଠାରେ ଥିବା ଓଡ଼ିଆ ଛାତ୍ରଛାତ୍ରୀ ଘରୁ ବାହାରକୁ ବାହାରୁନାହାନ୍ତି । ଯୁଦ୍ଧ ସାଇରନ ବାଜିଲେ ତୁରନ୍ତ ବଙ୍କର ଭିତରକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଇସ୍ରାଏଲରେ ଫସିଥିବା ଅର୍ପିତା ପଣ୍ଡା ନାମ୍ନୀ ଛାତ୍ରୀଙ୍କ ବାପା ରତ୍ନାକର ପଣ୍ଡା କହିଛନ୍ତି, ମୋ’ ଝିଅ ନିଜ ୟୁନିଭରସିଟିରେ ସୁରକ୍ଷିତ ଅଛି । ସେଠାରୁ ଜଣେ ଆତଙ୍କବାଦୀ ଧରା ପଡ଼ିଛନ୍ତି । ଭାରତୀୟ ଦୂତାବାସ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!