ରାଜସ୍ଥାନ ନିର୍ବାଚନ ତାରିଖରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୧୦ : ବଦଳିଲା ରାଜସ୍ଥାନ ବିଧାନସଭା ନିର୍ବାଚନର ତାରିଖ। ନିର୍ବାଚନ ଆୟୋଗ ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନର ତାରିଖ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ନଭେମ୍ବର ୨୩ରେ ମତଦାନ ହେବ ବୋଲି ସ୍ଥିର କରାଯାଇଥିଲା। ବର୍ତ୍ତମାନ ଏହି ତାରିଖକୁ ପରିବର୍ତ୍ତନ କରାଯାଇଛି। ନିର୍ବାଚନ ଆୟୋଗ ଏବେ ନଭେମ୍ବର ୨୫ରେ ମତଦାନ କରିବାକୁ ଘୋଷଣା କରିଛନ୍ତି।ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖରେ ପରିବର୍ତ୍ତନ ହୋଇଛି। ରାଜ୍ୟରେ ଏବେ ନଭେମ୍ବର ୨୩ ନୁହେଁ, ବରଂ ନଭେମ୍ବର ୨୫ରେ ମତଦାନ ହେବ। ଭୋଟ୍‌ ଗ୍ରହଣ ତାରିଖ ପରିବର୍ତ୍ତନ ନେଇ ବୁଧବାର ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।ନିର୍ବାଚନ କମିଶନ କହିଛନ୍ତି ଯେ, ନିର୍ବାଚନ ତାରିଖ ଘୋଷଣା ହେବା ପରେ ଅନେକ ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନ ନିର୍ବାଚନ ତାରିଖ ପରିବର୍ତ୍ତନ କରିବାକୁ ଆବେଦନ କରିଥିଲେ। କାରଣ ଏହି ଦିନ ଅନେକ ସଂଖ୍ୟାରେ ବିବାହ ଏବଂ ସାମାଜିକ କାର୍ଯ୍ୟକ୍ରମମାନ ରହିଛି। ଏହାକୁ ଦୃଷ୍ଟିରେ ରଖି କମିଶନ ଏବେ ଭୋଟ୍ ଗ୍ରହଣ ତାରିଖ ୨୫ ନଭେମ୍ବର ଶନିବାରକୁ ପରିବର୍ତ୍ତନ କରିଛନ୍ତି।ଅକ୍ଟୋବର ୩୦ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ। ନଭେମ୍ବର ୭ରେ ନାମାଙ୍କନପତ୍ରର ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାର ପାଇଁ ନଭେମ୍ବର ୯ ଶେଷ ତାରିଖ। ନଭେମ୍ବର ୨୫ରେ ମତଦାନ ଏବଂ  ପୂର୍ବ ଘୋଷଣା ଅନୁଯାୟୀ ଫଳାଫଳ ଡିସେମ୍ବର ୩ରେ ପ୍ରକାଶ ପାଇବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!