ଇସ୍ରାଏଲ୍‌କୁ ସହାୟତାର ହାତ ବଢ଼ାଇଲା ଆମେରିକା

ନୂଆଦିଲ୍ଲୀ,୧୧।୧୦ : ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଚାଲିଛି ଏବଂ ଉଭୟ ପାର୍ଶ୍ୱରୁ କ୍ରମାଗତ ରକେଟ୍ ଆକ୍ରମଣ ଚାଲିଛି। ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ମଙ୍ଗଳବାର ବିଳମ୍ବିତ ରାତିରେ ଇସ୍ରାଏଲକୁ ଆଶ୍ୱାସନା ଦେଇ ସେ ସବୁ ପରିସ୍ଥିତିରେ ଇସ୍ରାଏଲ ସହିତ ଅଛନ୍ତି ବୋଲି କହିଥିବା ବେଳେ ନିଜର ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ଆମେରିକୀୟ ଅସ୍ତ୍ରଶସ୍ତ୍ର ନେଇ ଆମେରିକୀୟ ବିମାନ ଇସ୍ରାଏଲ୍ ମାଟିରେ ପହଞ୍ଚିଛି। ଏହା ସହିତ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଆଜି ଇସ୍ରାଏଲ ଗସ୍ତରେ ଥିବା ଜଣାପଡିଛି।ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଜେନ ଗାଜା ପଟିରୁ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ହାମାସକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, ଏହି ସଙ୍କଟ ସମୟରେ ଆମେ ଇସ୍ରାଏଲ ସହିତ ଅଛୁ । ଆତଙ୍କବାଦଙ୍କ ବିରୋଧରେ ଲଢିବା ଏବଂ ହାମାସକୁ ଜବାବ ଦେବା ଇସ୍ରାଏଲର ଧର୍ମ । ଇସ୍ରାଏଲ ଓ ହମାସ ଯୁଦ୍ଧରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୪ ଜଣଙ୍କ ଆମେରକୀୟଙ୍କ ମୃତ୍ୟୁ ହୋଇଛି । ବହୁଜଣଙ୍କୁ ବନ୍ଧକ ରଖାଯାଇଛି। ନିରୀହ ନାଗରିକ ପ୍ରାଣ ହରାଇଛନ୍ତି । ଇସ୍ରାଏଲରେ ହମାସ  ନରସଂହାର କରିଛି।  ଇସ୍ରାଏଲ ସହ ଆମେରିକା ଅଛି । ଯାହା ସହାୟତା ଆବଶ୍ୟକ ଯୋଗାଇଦିଆଯିବ ବୋଲି କହିଛନ୍ତି ବାଇଡେନ।ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଗତକାଲି ଇସ୍ରାଏଲ ପିଏମ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇଥିଲେ ବାଇଡେନ୍। ଗାଜାରେ ହାମାସ ଦ୍ୱାରା ହୋଇଥିବା ବିପଜ୍ଜନକ ଆକ୍ରମଣରେ ୧୪ ଜଣ ଆମେରିକୀୟ ନାଗରିକ ମଧ୍ୟ ନିହତ ହୋଇଛନ୍ତି। ମଙ୍ଗଳବାର ଦିନ ହ୍ୱାଇଟ ହାଉସରେ ରାଷ୍ଟ୍ରପତି ବାଇଡେନ ଏନେଇ ସ୍ପଷ୍ଟ କରିଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!