ଲୋକ ନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳିତ।

 ସୁନ୍ଦରଗଡ଼ ,୧୧ା୧୦: ଆଜି ତା ୧୧ା୧୦. ୨0୨୩ ହିନ୍ଦ ମଜଦୁର ସଭା ରାଜ୍ୟ ସମ୍ପାଦକ ଶ୍ରୀ ଦିଗମ୍ବର ମହାନ୍ତି ଙ୍କ ଦ୍ବାରା ରାଉରକେଲା ମଜଦୁର ସଭା ବିଶ୍ରା ରୋଡ କାର୍ଯ୍ୟାଳୟରେ ହିନ୍ଦ ମଜଦୁର ସଭା ପକ୍ଷ୍ୟରୁ ଲୋକ ନାୟକ ଜୟପ୍ରକାଶ ନାରାୟଣଙ୍କ 122 ତମ ଜୟନ୍ତୀ ପାଳନ କରାଯାଇଥିଲା, ଏହି କାର୍ଯ୍ୟକ୍ରମରେ ଯୋଗଦେଇ nspcl employees association ର ସଭାପତି ଶ୍ରୀ ହରେକ୍ରୁଷ୍ନ ପାଢୀ ଜୟ ପ୍ରକାଶ ଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରି ଲୋକ ନାୟକଙ୍କ ଗୁଣଗାନ କରିବା ସହ ବିଭିନ୍ନ ପ୍ରସଙ୍ଗ ଆଲୋଚନା କରିଥିଲେ ଓ IDL ମଜଦୁର ସଭାର କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ପରିଡା ପୂଜ୍ୟପୂଜା ଓ ବର୍ତ୍ତମାନର ଆଧୁନିକତାର ଜଗତରେ ଏହି କାର୍ଯ୍ୟକ୍ରମକୁ ଉଜ୍ଜୀବିତ ରଖିବା ଲାଗି ଗୁରୁତ୍ଵାରୋପ କରିଥିଲେ,କାର୍ଯ୍ୟକ୍ରମ ଆୟୋଜକ ଦିଗମ୍ବର ମହାନ୍ତି ଲୋକ ନାୟକଙ୍କ ଜୀବନବ୍ଯାପୀ ସମାଜବାଦୀ ଜନକ କାର୍ଲ ମାକ୍ସ ନୀତିକୁ ଅନୁସରଣ କରିବା ସହ, ପଦ ପଦବୀ ଲାଳସାକୁ ଦୁରେଇ ଦେଇଥିଲେ, କାରଣ ଜରୁରୀକାଳୀନ ପରିସ୍ଥିତି ପରେ ଦେଶର ଜନତା ଚାହିଁଥିଲେ ଜୟ ପ୍ରକାଶ ପ୍ରଧାନମନ୍ତ୍ରୀ ହୁଅନ୍ତୁ, କିନ୍ତୁ ସେ ମୋରାରାଜୀ ଦେଶାଇ ଙ୍କୁ ପ୍ରଧାନମନ୍ତ୍ରୀ କରାଇବା ସହ ଲୋକନାୟକ ଜୟପ୍ରକାଶ ନାରାୟଣ ଭାବରେ ଦେଶବାସୀଙ୍କ ହୃଦୟରେ ସ୍ଥାନ ଅଧିକାର କରି ପାରିଥିଲେ। ସେ ଚମ୍ବଲ ଦସ୍ୟୁ ମାଖନ୍ ସିଂଙ୍କୁ ଆତ୍ମସମର୍ପଣ କରାଇବା ଓ ସମାଜର ମୁଖ୍ୟସ୍ରୋତ ରେ ସାମିଲ କରାଇଥିଲେ,ତାଙ୍କ ପାଖରେ ନାହିଁ ନଥିବା ସାହସ ଓ ବିଚକ୍ଷଣତା ଏବଂ ଧର୍ଯ୍ୟର ସୀମା ନଥିଲା। ସେ 1902 ମସିହାରେ ଅକ୍ଟୋବର ମାସ 11 ତାରିଖ ରେ ପରାଧୀନ ଭାରତର ସର୍ବବୃହତ ଗ୍ରାମ ସିଦ୍ଧ ଆରା ଗ୍ରାମ ଓ ଗ୍ରାମ ପଞ୍ଚାୟତ ,ବଙ୍ଗଳା ରାଜ୍ଯ ଓ ବର୍ତ୍ତମାନର ଉତ୍ତରପ୍ରଦେଶର ବଳିଆ ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ ଜୀବନ ସାରା ସମାଜବାଦୀ ଚିନ୍ତାଧାରର ବ୍ରତୀ ହୋଇ 1979 ମସିହା ଅକ୍ଟୋବର 8 ତାରିଖ ଦିନ ଇହଲୀଳା ସମ୍ବରଣ କରିଥିଲେ, ଏ ଦେଶରେ ତାଙ୍କ ପରି ଜଣେ ମହାପୁରୁଷ ବାରମ୍ବାର ଜନ୍ମ ଗ୍ରହଣ କରି ଦେଶପାଇଁ କାମ କରିବାକୁ ଆଗେଇ ଆସନ୍ତୁ ଓ ତାଙ୍କର ଅମର ଆତ୍ମାର ସଦ୍ ଗତି କାମନା କରୁଛି ବୋଲି ମହାନ୍ତି ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ମହେଶ୍ଵର ମହାପାତ୍ର, ଜଗବନ୍ଧୁ ଜେନାଙ୍କ ସମେତ ମୀରା ଦାସ, ମାନିଲା ଲଗୁନ୍,ସୁଜାତା ମିଞ୍ଜ ମମତା ଚାନ୍ଦ, ରାକେଶ ଚାନ୍ଦ ଗୋପାଳ ସିଂ ଓ ଅନ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏହି କାର୍ଯ୍ୟକ୍ରମରେ ମହେଶ୍ଵର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!