ନୂଆଦିଲ୍ଲୀ,୧୮।୧୦:ଦୀପାବଳି, ଦଶହରା ପୂର୍ବରୁ କୃଷକଙ୍କୁ ମୋଦି ସରକାରଙ୍କ ବଡ ଉପହାର । 6ଟି ରବି ଫସଲ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ (MSP) ବୃଦ୍ଧି କଲେ ସରକାର । MSPରେ 2% ରୁ 7% ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ। ଗହମ, ସୋରିଷ ସହ 6ଟି ଫସଲର MSP ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତି। ଗହମର ସର୍ବନିମ୍ନ ସହାୟତା ମୂଲ୍ୟ କ୍ଵିଣ୍ଟାଲ ପ୍ରତି 150 ଟଙ୍କା ବୃଦ୍ଧି । ସୋରିଷ ତେଲ କ୍ଵିଣ୍ଟାଲ ପିଛା 200 ଟଙ୍କା, ମସୁର ଡାଲିରେ 425 ଟଙ୍କା ବୃଦ୍ଧି । ଗହମ କ୍ଵିଣ୍ଟାଲ ପିଛା 150 ଟଙ୍କା, ବାର୍ଲିରେ କ୍ଵିଣ୍ଟାଲ୍ ପିଛା 115 ଟଙ୍କା ବୃଦ୍ଧି । ଚଣାରେ କ୍ଵିଣ୍ଟାଲ୍ ପିଛା MSP 105 ଟଙ୍କା ବୃଦ୍ଧି କଲେ ମୋଦି ସରକାର।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |