ଧର୍ମଘଟ ଡାକରା ଦେଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର,୧୮ା୧୦;  ଧର୍ମଘଟ ଡାକରା ଦେଲା ବସ୍ ମାଲିକ ସଂଘ । ଆସନ୍ତା ୨୦ ତାରିଖରୁ ଧର୍ମଘଟ ଆରମ୍ଭ କରିବା ନେଇ ସୂଚନା ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା । ପୂଜା ବେଳେ ଧର୍ମଘଟ କରିବା ଆମର ଉଦେଶ୍ୟ ନୁହେଁ କିନ୍ତୁ ପୂଜା ଛୁଟିରେ ଧର୍ମଘଟ କରିବାକୁ ପରିସ୍ଥିତି ଆମକୁ ବାଧ୍ୟ କରିଛି ବୋଲି ସଙ୍ଘର ସମ୍ପାଦକ କହିଛନ୍ତି । ପୂଜା ସମୟରେ ବନ୍ଦ ଡାକରାକୁ ନେଇ ଜନସାଧାରଣଙ୍କୁ ଆଗୁଆ କ୍ଷମା ପ୍ରାର୍ଥନା କରିଛନ୍ତି ସଂଘର ସମ୍ପାଦକ । ଲକ୍ଷ୍ମୀ ଯୋଜନା ଭଳି ଏକ ଭୁଲ ସ୍କିମକୁ ସରକାର ବନ୍ଦ କରନ୍ତୁ ବୋଲି ସଙ୍ଘ ଦାବି କରିଛି । ଅନ୍ୟପଟେ ବସ୍ ମାଲିକ ସଂଘ ଯଦି ଏହି ସମୟରେ ଧର୍ମଘଟ କରେ ତେବେ ଅନେକ ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେବେ । ବିଶେଷକରି ପୂଜାଛୁଟି ସମୟରେ ଲୋକେ ଘରକୁ ଓ ବୁଲାବୁଲି କରିବାକୁ ଯିବେ । ମାତ୍ର ଏହି ସମୟରେ ବସ ବନ୍ଦ ରହିଲେ ସେମାନଙ୍କ ଯାତାୟାତରେ ବାଧାପ୍ରାପ୍ତ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!