ନୂଆଦିଲ୍ଲୀ,୧୮।୧୦: ମୋଦୀ ସରକାର ଦୀପାବଳୀ ଅବସରରେ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି। ସରକାର ମଙ୍ଗଳବାର (୧୭ ଅକ୍ଟୋବର) ଦୀପାବଳୀ ବୋନସ ଦେବାକୁ ଘୋଷଣା କରିଛନ୍ତି। ଏହାରି ମାଧ୍ୟମରେ ଗ୍ରୁପ -ବି ଏବଂ ଗ୍ରୁପ -ସି ବର୍ଗର କର୍ମଚାରୀଙ୍କୁ ୩୦ ଦିନର ଅତିରିକ୍ତ ଦରମା ମିଳିବ।କେନ୍ଦ୍ର କର୍ମଚାରୀଙ୍କ ଆଡହକ ବୋନସକୁ ନରେନ୍ଦ୍ର ମୋଦୀ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଦିପାବଳୀ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିଛି । ୨୦୨୩-୨୩ର ଏହି ବୋନସର ଗଣନା ପାଇଁ ସର୍ବାଧିକ ସୀମା ୭ ହଜାର ଟଙ୍କା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ଥିର କରାଯାଇଛି । ଗ୍ରୁପ-ବି, ଗ୍ରୁପ-ସି ଓ ପାରାମିଲିଟରୀ କର୍ମଚାରୀଙ୍କୁ ଏହି ବୋନସ୍ ପ୍ରଦାନ କରାଯିବ । କେନ୍ଦ୍ର ସରକାରଙ୍କ ଅଧିନରେ ଆସୁଥିବା ଗ୍ରୁପ-ବି ଓ ଗ୍ରୁପ-ସି ନନ-ଗେଜେଟେଡ କର୍ମଚାରୀଙ୍କୁ ଏହି ବୋନସ ମିଳିଥାଏ । ଏଥିସହିତ ଏହି ବୋନସର ଫାଇଦା କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳର କର୍ମଚରୀ ଓ ଆର୍ମଡ ଫୋର୍ସଙ୍କୁ ମଧ୍ୟ ମିଳିଥାଏ । କର୍ମଚାରୀଙ୍କୁ ୩୦ ଦିନର ଦରମା ସହିତ ସମାନ ଅର୍ଥ ବୋନସ ଆକାରରେ ମିଳିଥାଏ । ଏନେଇ ଅର୍ଥ ମନ୍ତ୍ରଣାଳୟ ଅଧିନରେ ଆସୁଥିବା ଡିପାର୍ଟମେଣ୍ଟ ଅଫ୍ ଏକ୍ସପେଣ୍ଡିଚର ପକ୍ଷରୁ ଏକ ସୂଚନା ଜାରି କରାଯାଇଛି । ଅର୍ଥ ମନ୍ତ୍ରାଳାୟ କେନ୍ଦ୍ରୀୟ କର୍ମଚାରୀଙ୍କୁ ଆଡହକ ବୋନସ ଦେବାକୁ ଘୋଷଣା କରିଛନ୍ତି। ଏହି ବର୍ଗରେ ଆସୁଥିବା ଅନଗାଜେଟଡ କେନ୍ଦ୍ରୀୟ କର୍ମଚାରୀଙ୍କୁ ମଧ୍ୟ ଏହି ବୋନସ ମିଳିବ। ଆଡହକ ବୋନସ ଫାଇଦା କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳର ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ମଧ୍ୟ ମିଳିବ।ସେହିପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବକୁ ଯାଉଛି । ଉକ୍ତ ବୈଠକରେ ମହଙ୍ଗା ଭତ୍ତା (ଡିଏ)କୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଏବେ କେନ୍ଦ୍ର କର୍ମଚାରୀମାନେ ୪୨ ଡିଏ ପାଉଥିବା ବେଳେ ୪ ପ୍ରତିଶତ ଡିଏ ବୃଦ୍ଧି ସମ୍ଭାବନା ରହିଛି । ଯଦି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନିଅନ୍ତି ତେବେ ମୋଟ ଡିଏ ୪୬ ପ୍ରତିଶତରେ ପହଞ୍ଚିଯିବ । ଏହାଦ୍ୱାରା କର୍ମଚାରୀମାନେ ପ୍ରତି ମାସରେ ଅଧିକ ଦରମା ପାଇବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |