ନୂଆଦିଲ୍ଲୀ,୧୮।୧୦: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବା ନାଁ ଧରୁନି। ଏହି ଯୁଦ୍ଧରେ ଏଯାବତ ୪୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି।ଗାଜା ହସ୍ପିଟାଲ ଉପରେ ରକେଟ ମାଡ଼, ୫୦୦ରୁ ଅଧିକ ମୃତ । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ସୂଚନା । ଇସ୍ରାଏଲ ପକ୍ଷରୁ ରକେଟ ମାଡ଼ ହୋଇଥିବା ହମାସ୍ର ଅଭିଯୋଗ । ହମାସ୍ର ଅଭିଯୋଗକୁ ଖଣ୍ଡନ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଆତଙ୍କବାଦୀଙ୍କ ପକ୍ଷରୁ ରକେଟ ମାଡ଼ ହୋଇଥିବା ନେଇ ନେତାନ୍ୟାହୁଙ୍କ ସୂଚନା । ଦିନକୁ ଦିନ ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁୁଦ୍ଧ। ୧୨ଦିନରେ ପହଞ୍ଚିଛି ଆକ୍ରମଣ- ପ୍ରତି ଆକ୍ରମଣ । ଅକ୍ଟୋବର ୭ ତାରିଖରେ ଗାଜାରୁ ଆତଙ୍କବାଦୀ ସଂଗଠନ ହମାସ, ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ବାଇଡେନଙ୍କ ଇସ୍ରାଏଲ ଗସ୍ତ ପୂର୍ବରୁ ଗାଜାରେ ବଡ଼ ଏୟାରଷ୍ଟ୍ରାଇକ ।ଏପରି ସ୍ଥିତିରେ ଗତ ରାତିରେ ମଙ୍ଗଳବାର ଗାଜାର ଏକ ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ୍ ହେବାରୁ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ଆଜି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଇସ୍ରାଏଲ ଗସ୍ତ ଥିବା ବେଳେ ତାହା ପୂର୍ବରୁ ଏପରି ଆକ୍ରମଣକୁ ସବୁ ମହଲରେ ନିନ୍ଦା କରାଯାଇଛି। ଗତ ରାତିରେ ଗାଜାର ମଧ୍ୟ ଭାଗରେ ଥିବା ଅଲ ଅହଲି ହସ୍ପିଟାଲ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଏୟାର ଷ୍ଟ୍ରାଇକ୍ ହୋଇଛି। ଯୁଦ୍ଧରେ ଗୁରୁତର ହୋଇଥିବା ବହୁ ସଂଖ୍ୟାରେ ଲୋକେ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଥିସହ ବହୁ ଶରଣାର୍ଥୀ ବି ସେଠାରେ ଆଶ୍ରୟ ନେଇଥିଲେ । ଏଡି ରକେଟ ମାଡ ପରେ ହସ୍ପିଟାଲରେ ଥିବା ବହୁ ସଂଖ୍ୟାରେ ରୋଗୀଙ୍କ ସମେତ ଅନ୍ୟମାନଙ୍କ ମୃତ୍ୟୁ ହୋଇଥିବା ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।ଇସ୍ରାଏଲ ସେନା ଏହି ଆକ୍ରମଣ କରିଥିବା ହମାସ ଦାବି କରୁଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ କିନ୍ତୁ ଏହାକୁ ଅସ୍ୱୀକାର କରିଛନ୍ତି। ଗାଜା ଉପରେ ହୋଇଥିବା ଏହି ବର୍ବର କାଣ୍ଡ ପଛରେ ଆତଙ୍କବାଦୀଙ୍କ ହାତ ଥିବା ବେଳେ ଏଥିରେ ଇସ୍ରାଏଲ ସେନା ସମ୍ପୃକ୍ତ ନାହିଁ ବୋଲି ନେତାନ୍ୟୁହା ଦାବି କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |