JEଙ୍କ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର,୧୮।୧୦ : JEଙ୍କ ଘରେ ଭିଜିଲାନ୍ସ ରେଡ|ଆଜି ପାଳଲହଡ଼ା ବିଇଓ ଅଫିସର JEଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି । ବିଇଓ ଅଫିସର ଜେଇ ପ୍ରସନ୍ନ କୁମାର ପାଣିଙ୍କ ଉଭୟ ଅଫିସ ଓ ଭଡ଼ା ଘରେ ଚଢାଉ କରିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଇଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଅନୁଗୁଳ, ପୁରୀ, ଭୁବନେଶ୍ୱରର ୯ଟି ସ୍ଥାନରେ ଭିଜିଲାନ୍ସ ରେଡ କରିଛି । ଭୁବନେଶ୍ୱରର ୬ଟି ଓ ପୁରୀର ଗୋଟିଏ ସ୍ଥାନରେ ରେଡ କରାଯାଇଛି । ଖୋର୍ଦ୍ଧା, ଅନୁଗୁଳ ଏବଂ ପୁରୀର ୯ଟି ସ୍ଥାନରେ ମାନ୍ୟବର ସ୍ୱତନ୍ତ୍ର ଜଜ, ଭିଜିଲାନ୍ସ, ଭୁବନେଶ୍ୱର ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟର ଶକ୍ତି ଉପରେ ୬ ଟି ଡିଏସପି, ୬ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡିଶା ଭିଜିଲାନ୍ସ ଦ୍ୱାରା ଜିଲ୍ଲାଗୁଡିକରେ ଏକକାଳୀନ ଗୃହ ଅନୁସନ୍ଧାନ କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!