ରାଜ୍ୟ କ୍ୟାବିନେଟରେ ମୟୂରଭଞ୍ଜର ପାର୍ବତୀ ଗିରି ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁର

ବାରିପଦା,୨୦।୧୦: ରାଜ୍ୟ ସରକାର ଦ୍ବିତୀୟ ପର୍ଯ୍ୟାୟରେ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନାକୁ ଅନୁମୋଦନ ପ୍ରଦାନ କରି ଉକ୍ତ ଯୋଜନା ମାଧ୍ୟମରେ ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନଦୀ, ଜଳଭଣ୍ଡାର ଏବଂ କେନାଲରୁ ଜଳ ଉତ୍ତୋଳନ କରାଯାଇ ୨,୬୩,୮୦୧ ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବା ପାଇଁ ଆଜି ରାଜ୍ୟ କ୍ୟାବିନେଟରେ ପାସ ହୋଇଥିବାର ଜଣାଯାଇଛି |ଏହି ଯୋଜନାରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଖଡ଼ଖାଇ ଜଳଭଣ୍ଡାର, ଖଇରୀ ନଦୀ, ଖଇରୀ-ବନ୍ଧନ, ବୁଢାବଳଙ୍ଗ, କଣ୍ଟାଖଇରୀ ଓ ସମାକୋଈ ନଦୀରୁ ମୋଟ ୯ଟି ଜଳ ପ୍ରକଳ୍ପ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରେ କେବଳ ୭ଟି ପ୍ରକଳ୍ପ ଏବଂ କେନ୍ଦୁଝର ଜିଲାରେ ୨ଟି ପ୍ରକଳ୍ପ ମିଶାଇ ୧୧, ୧୩୦ ହେକ୍ଟର ଜମିକୁ ଜଳସେଚନ ଯୋଗାଇଦେବା ସହିତ ପ୍ରକଳ୍ପ ଗୁଡିକର ବିଦ୍ୟୁତ ସଂଯୋଗୀକରଣ ଓ ୧୫ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ପ୍ରସ୍ତାବ ରହିଛି । ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମିତ୍ତ ୪୨୩କୋଟି ୭୯ଲକ୍ଷ ୭ହଜାର ୩୦୯ ଟଙ୍କା ଏବଂ ରକ୍ଷଣାବେକ୍ଷଣ ନିମିତ୍ତ ୩୩କୋଟି ୯୮ଲକ୍ଷ ୮୦ ହଜାର ୧୯୫ ଟଙ୍କାର ଟେଣ୍ଡରକୁ ଅନୁମୋଦନ ପ୍ରଦାନ କରିଛନ୍ତି । ପ୍ରକଳ୍ପ ୩୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାର ଲକ୍ଷ ରଖା ଯାଇ ଥିବା ବେଳେ ଏହି ପ୍ରକଳ୍ପ ଶେଷ ହେବା ପରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କୃଷକମାନେ ଉପକୃତ ହେବା ସହିତ ପାରମ୍ପରିକ ଧାନ ଫସଲରୁ ଅର୍ଥକାରୀ ଫସଲ ଚାଷ କରି ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବେ ବୋଲି ଜଣାଯାଇଛି.  ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!