ଭୁବନେଶ୍ୱର,୨୩।୧୦:ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ରାଜ୍ୟର ପୁରପଲ୍ଲୀ। ଆଜି ମଣ୍ତପଗୁଡ଼ିକରେ ଚାଲିଛି ମାଆଙ୍କ ମହାନବମୀ ପୂଜା। ସେହିପରି ଶକ୍ତିପୀଠରେ ଜଗତ ଜନନୀଙ୍କର ମହା ଆଡ଼ମ୍ବରରେ ଅନୁଷ୍ଠିତ ହେଉଛି ଦଶମୀ ପୂଜା। ମଣ୍ଡପଗୁଡ଼ିକରେ ଗତକାଲି ସନ୍ଧିପୂଜା ପରେ ଆଜି ମହମନବମୀରେ ରୀତିନୀତି ଓ ବିଧି ମତେ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି। ମା’ଜଗତ ଜନନୀ ଦୁର୍ଗାଙ୍କ ଦର୍ଶନ ପାଇଁ ଆଜି ପ୍ରତ୍ୟକ ମଣ୍ତପରେ ନାହିଁ ନଥିବା ଭିଡ଼ ଜମିଛି । ଆଜି ପୀଠେ ଦଶହରା ଏବଂ ମଣ୍ଡପରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହେଉଛି ମାଆଙ୍କ ମହାନବମୀ ପୂଜା। ଗତକାଲି ସନ୍ଧିପୂଜା ପରେ ଆଜି ମହମନବମୀରେ ରୀତିନୀତି ଓ ବିଧି ମତେ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି। ୯ ଦିନ ବ୍ୟାପୀ ପାଳିତ ହେଉଥିବା ନବରାତ୍ରୀର ଆଜି ଶେଷ ଦିନ। ଆଜି ହିଁ ମହିଷାମର୍ଦ୍ଦିନୀ ଦୁର୍ଗା ଦୁର୍ଗତିନାଶିନୀ ମହିଷାସୁରକୁ ବଦ୍ଧ କରିଥିଲେ। ନବମୀ ତିଥିରେ ବିଭିନ୍ନ ସ୍ଥାନରେ ପାରମ୍ପରିକ ସିନ୍ଦୁର ଖେଳ, କନ୍ୟା ପୂଜନ ଏବଂ ଅନ୍ୟାନ୍ୟ ବିଧିବିଧାନ ପାଳନ କରାଯାଇଥାଏ।ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସିଲଭରସିଟି କଟକ ସହର। ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁନାଚାନ୍ଦି ମେଢ଼ ଦେଖିବାକୁ ଦର୍ଶକଙ୍କ ବେଶ ଭିଡ଼ ଜମୁଛି। ତାହାରି ଭିତରେ ଆକର୍ଷିତ କରୁଛି ମା’ ଦୁର୍ଗା, ମହିଷାସୁର ଏବଂ ପାର୍ଶ୍ବ ଦେବାଦେବୀ ଚରିତ୍ରରେ ଜୀବନ୍ତ ଅଭିନୟ। ସମସ୍ତେ ଦୁର୍ଗାପୂଜା ରେ ମା ଙ୍କ ମୃଣ୍ମୟୀ ପ୍ରତିମା କୁ ଦର୍ଶନ କରୁଥିବା ବେଳେ ଏଠି କିନ୍ତୁ ଜୀବନ୍ତ ମୂର୍ତ୍ତି। କଟକ ସିଡିଏରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।ଆଜି ସକାଳୁ ମା’ଙ୍କ ମହାନବମୀ ପୂଜା ପାଇଁ ଶ୍ଳୋକ ଓ ଚଣ୍ତୀପାଠରେ କମ୍ପୁଛି ସମସ୍ତ ପୂଜା ମଣ୍ତପ। ଅନ୍ୟପକ୍ଷରେ ମନ ଜିଣୁଛି ଚିତ୍ତାକର୍ଷକ ତୋରଣ। ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି। ଆଜି ମଣ୍ତପରେ ସକାଳୁ ବିଭିନ୍ନ ନୀତିକାନ୍ତି କରାଯାଇ ମା’ଙ୍କ ଆରାଧନା କରାଯାଉଛି । ଆଳତି, ପୁଷ୍ପାଞ୍ଜଳି ସରିବା ପରେ ସଂଧ୍ୟାରେ କୁମାରୀ ପୂଜା କରାଯିବ। ଏହାସହ ସିନ୍ଦୁର ଖେଳ ଓ ଅନ୍ୟାନ୍ୟ ବିଧିବିଧାନ ପାଳନ କରାଯାଇଥାଏ|
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |