ବାଲେଶ୍ବର ମେଡ଼ିକାଲ କଲେଜରେ ନକଲି ଡାକ୍ତର

ବାଲେଶ୍ଵର,୨୩ା୧୦ :ବାଲେଶ୍ଵର ମେଡିକାଲରେ ଦେଖା ଦେଇଛି ଏକ ଅଭାବନୀୟ ଘଟଣା । ଜଣେ ବ୍ୟକ୍ତି ନିଜେ ଚିକିତ୍ସା ପାଇଁ ଆସି ରୋଗୀଙ୍କ ପାଇଁ ପ୍ରେସକ୍ରିପସନ ଲେଖିଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଏଭଳି ଘଟଣା ଭିଆଇଥିବା ବ୍ୟକ୍ତି ଜଣଙ୍କୁ ପୋଲିସ ଅଟକ ରଖିଥିବା ଖବର ରହିଛି ।ବାଲେଶ୍ବର: ବାଲେଶ୍ବର ମେଡ଼ିକାଲ କଲେଜ ମେଡ଼ିସିନ ୱାର୍ଡରେ ପଶି ଜଣେ ଡାକ୍ତର ରୋଗୀ ଦେଖୁଥିଲେ ଏବଂ ପ୍ରେସକ୍ରିପସନ ଲେଖୁଥିଲେ। ଡାକ୍ତରଙ୍କ ହାବଭାବ ଓ ଚାଲିଚଳଣ ଦେଖି ହସ୍ପିଟାଲ କର୍ମଚାରୀ ସନ୍ଦେହ କରିଥିଲେ ଏବଂ ରୋଗୀ ନ ଦେଖିବା ପାଇଁ ସେଠାରୁ ତାଙ୍କୁ ବାହାର କରିବାକୁ ସୁରକ୍ଷା କର୍ମୀଙ୍କୁ ଡାକିଥିଲେ। ଅଜୟ ଭଞ୍ଜ ନାମକ ଜଣେ ବ୍ୟକ୍ତି ଚିକିତ୍ସା ନିମନ୍ତେ ନିଜ ବାପା ମାଆଙ୍କୁ ବାଲେଶ୍ୱର ମେଡିକାଲକୁ ନେଇଥିଲେ । ଟିକେଟ କାଉଣ୍ଟରରେ ପ୍ରବଳ ଭିଡ ଥିବାରୁ ସେ ନିଜେ ଆଉଟଡୋରରେ ଟିକେଟ କରି ସେଥିରେ କିଛି ପରୀକ୍ଷା ଓ ଔଷଧ ନାଁ ଲେଖି ଡାକ୍ତରଙ୍କ ବଦଳରେ ନିଜେ ଦସ୍ତଖତ କରିଦେଇଥିଲେ । ପରେ ମେଡିକାଲ କର୍ମଚାରୀ ମାନେ ଏହା ଜାଣିପାରି ତାଙ୍କୁ ନକଲି ଡାକ୍ତର ବୋଲି କହିଥିଲେ । ଏହା ସହ ଘଟଣା ସମ୍ପର୍କରେ ପୋଲିସକୁ ଅଭିଯୋଗ କରିଥିଲେ । ଏହା ପରେ ଅଭିଯୋଗ ମୁତାବକ ଅଜୟ ଭଞ୍ଜଙ୍କୁ ଗିରଫ କରିଛି ପୋଲିସ । ନିଜ ବାପା ମାଆଙ୍କୁ ମେଡିକାଲ ନେଇ ଯାଇଥିବା ବେଳେ ଭିଡ଼ ଥିବାରୁ ଅଜୟ ଭଞ୍ଜ ଏଭଳି କାମ କରିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି । ଥାନାରେ ଅଟକଥିବା ଏହି ବ୍ୟକ୍ତି ଜଣଙ୍କ ଜଣେ ମେଡିସିନ୍ ରିପ୍ରେଜେଂଟେଟିଭ ବୋଲି ଜଣାପଡିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!