ଭି.କେ ପାଣ୍ଡିଆଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା

ଭୁବନେଶ୍ବର,୨୪।୧୦:5T ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ । 5T ଓ ନବୀନ ଓଡ଼ିଶାର ଚେୟାରମ୍ୟାନ ହେଲେ । VRS ପରେ ପାଣ୍ଡିଆନଙ୍କୁ ଚେୟାରମ୍ୟାନ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ ପାଣ୍ଡିଆନ୍‌ । ଗତକାଲି ତାଙ୍କୁ ସ୍ୱେଚ୍ଛାକୃତ ଅବସର ଦିଆଯାଇଥିଲା । ଗତ ୨୦ ତାରିଖରେ ସେ କେନ୍ଦ୍ରକୁ ସ୍ୱେଚ୍ଛାକୃତ ଅବସରପାଇଁ ଆବେଦନ କରିଥିଲେ । ସର୍ବଭାରତୀୟ ସେବା ଆଇନ 16(2A) ଅନୁସାରେ ମଂଜୁର ହୋଇଥିବା ଜଣାଯାଇଛି । ବିଜୟାଦଶମୀରୁ ନୂଆ ଦାୟିତ୍ୱ ନେଇଥିବା ପାଣ୍ଡିଆନଙ୍କ କାର୍ଯ୍ୟ ପ୍ରାୟତଃ ସମାନ ରହିବ। ସେ ସରକାରୀ ଚାକିରିରୁ ଅବସର ନେଇଥିଲେ ମଧ୍ୟ ତାଙ୍କୁ ପୁଣି ସରକାରରେ ଗୁରୁତ୍ୱପୁର୍ଣ୍ଣ ପଦ ମିଳିଛି। ଏହି ପଦବୀରେ ରହି ସେ ବିଧିବଦ୍ଧ ଭାବେ ସରକାରୀ ଭାବେ ନବୀନଙ୍କ ପରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ହେବା ସ୍ପଷ୍ଟ ହୋଇଛି। ଯଦିଓ ପୂର୍ବରୁ ସେ ଅଣ ଆନୁଷ୍ଠାନିକ ଭାବେ ଦ୍ୱିତୀୟ କ୍ଷମତା କେନ୍ଦ୍ର ପାଲଟିଥିଲେ। ଏହି ନୂଆ ଦାୟିତ୍ୱରେ ରହିବା ପରେ ସେ  ରାଜ୍ୟର ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ତାଙ୍କୁ ଆନୁଷ୍ଠାନିକ ଭାବେ ରିପୋର୍ଟ କରିବାକୁ ବାଧ୍ୟ ହେବେ|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!