ଆଜି ବିଜୟାଦଶମୀ, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ , ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୪।୧୦: ଆଜି ଦେଶରେ ବିଜୟାଦଶମୀ ଉତ୍ସାହର ସହ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଥିଲେ,ବିଜୟାଦଶମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା। ଏହି ପବିତ୍ର ପର୍ବ ଜୀବନରେ ନକାରାତ୍ମକ ଶକ୍ତି ସମାପ୍ତ କରି କରି ଭଲ ବାର୍ତ୍ତା ଆଣିଥାଏ। ଆପଣ ସମସ୍ତଙ୍କୁ ଶୁଭେଚ୍ଛା ବିଜୟ ଦଶମୀ।ଏହା ସହିତ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ବିଜୟାଦଶମୀରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ସାରା ଦେଶରେ ଆଜି ଆନନ୍ଦ ଓ ଉଲ୍ଲାସର ସହ ବିଜୟାଦଶମୀ ପର୍ବ ପାଳିତ ହେଉଛି। ଅସତ୍ୟ ଉପରେ ସତ୍ୟର ବିଜୟର ନିଦର୍ଶନ ସ୍ୱରୂପ ପ୍ରଭୁ ରାମଙ୍କ ବିଜୟକୁ ସ୍ମରଣ କରି ଏହି ବିଜୟାଦଶମୀ ପର୍ବ ପାଳିତ ହୋଇଥାଏ। ଆଜି ମଧ୍ୟ ନବରାତ୍ରି ଓ ଦୁର୍ଗାପୂଜାର ଶେଷ ଦିନ।ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବାର୍ତ୍ତାରେ କହିଛନ୍ତି, ଦଶହରା ପର୍ବ ଅସତ୍ୟ ଉପରେ ସତ୍ୟର ବିଜୟକୁ ଦର୍ଶାଇଥାଏ। ସେ କହିଛନ୍ତି, ପୂର୍ବ ଏବଂ ଦକ୍ଷିଣ ଭାରତରେ ଦଶହରା ପର୍ବ ମା’ ଦୁର୍ଗାଙ୍କ ମହିଶାସୂର ଉପରେ ବିଜୟକୁ ଦର୍ଶାଉଥିବା ବେଳେ ଉତ୍ତର ଏବଂ ପଶ୍ଚିମ ଭାରତରେ ଏହି ପର୍ବକୁ ରାବଣ ଉପରେ ପ୍ରଭୁ ରାମଙ୍କ ବିଜୟକୁ ଦର୍ଶାଇଥାଏ। ରାଷ୍ଟ୍ରପତି କହିଛନ୍ତି, ଦଶହରା ପର୍ବ ଲୋକମାନଙ୍କ ମଧ୍ୟରେ ଥିବା ନକରାତ୍ମକ ବିଷୟକୁ ପରିତ୍ୟାଗ କରି ସକରାତ୍ମକ ବିଷୟ ଗ୍ରହଣ କରିବାକୁ ଶିକ୍ଷା ଦେଇଥାଏ। ସେ କହିଛନ୍ତି, ପ୍ରଭୁ ରାମଙ୍କ ମୂଲ୍ୟବୋଧ ଜୀବନର ବିଭିନ୍ନ ପରିସ୍ଥିତିରେ ମାନବ ସମାଜକୁ ଧର୍ମ ମାର୍ଗରେ ପରିଚାଳିତ ହେବା ପାଇଁ ବାଟ ଦେଖାଇଥାଏ। ଏହି ଅବସରରେ ସମସ୍ତ ଦେଶବାସୀଙ୍କୁ ଏକ ହୋଇ ଦେଶର ବିକାଶ ଲାଗି କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି।ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼, ଏହି ପର୍ବ ସମାଜରେ ଉଚିତ୍‌‌ ମାର୍ଗ ଅନୁସରଣ କରିବା ଲାଗି ବିଶ୍ୱାସ ଜାଗ୍ରତ କରାଇଥାଏ। ଏହି ପର୍ବ ଦେଶବାସୀଙ୍କ ପାଇଁ ଶାନ୍ତି ଏବଂ ସମୃଦ୍ଧି ଆଣିବ ବୋଲି ସେ ଆଶା କରିଛନ୍ତି|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!