ସ୍କୁଲରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢ଼ିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ,୨୫।୧୦ ::NCERT ବହିରେ ‘ଭାରତ’। NCERT ବହିରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖିବାକୁ ସୁପାରିସ। ଏଣିକି ସ୍କୁଲରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢ଼ିବେ ଛାତ୍ରଛାତ୍ରୀ। ବହିରେ ‘ଭାରତ’ କରିବାକୁ NCERT ପ୍ୟାନେଲର ସର୍ବସମ୍ମତି ନିଷ୍ପତ୍ତି ହୋଇଛି। କିଛି ମାସ ପୂର୍ବରୁ ଏହି ପ୍ରସ୍ତାବ ଆସିଥିଲା। ଏବେ ଏହି ପ୍ରସ୍ତାବକୁ ସ୍ୱୀକୃତି ମିଳିସାରିଥିବା ବେଳେ ଏନସିଇଆରଟି ନୂଆ ବହିରେ ଏଣିକି ଇଣ୍ଡିଆ ବଦଳରେ ଭାରତ ପ୍ରିଣ୍ଟ ହେବ।କିଛି ଦିନ ତ‌ଳେ ଦେଶର ନାମ ‘ଇଣ୍ଡିଆ’କୁ ‘ଭାରତ’ କରିବା ନେଇ ବିତର୍କ ଆରମ୍ଭ ହୋଇଥିଲା। ଜି-୨୦ ଇଭେଣ୍ଟ ପାଇଁ ଭାରତର ରାଷ୍ଟ୍ରପତିଙ୍କୁ ଯେଇଁ ନିମନ୍ତ୍ରଣ ପତ୍ର ଦିଆଯାଇଥିଲା, ସେଇଥି ପାଇଁ ବିତର୍କ ହୋଇଥିଲା । ନିମନ୍ତ୍ରଣ ପତ୍ର ‘‌ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇଥିଲା । କେବଳ ଏତିକି ନୁହେଁ -୨୦ ସମ୍ମିଳନୀରେ ‘ଇଣ୍ଡିଆ’ ନୁହେଁ ଚିହ୍ନିତ ହୋଇଥିଲା ‘ଭାରତ’। G-20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେମ୍ ପ୍ଲେଟ୍ ବଦଳିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!