ନୂଆଦିଲ୍ଲୀ,୨୬\୧୦ : ବିଷାକ୍ତ ହେବାରେ ଲାଗିଛି ଦିଲ୍ଲୀ ବାୟୁ|ଶ୍ୱାସରୁଦ୍ଧ ହେବାରେ ଲାଗିଛି ଦିଲ୍ଲୀ ବାୟୁ । ଯାହା ଫଳରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକମାନଙ୍କୁ ନିଶ୍ୱସ ନେବାରେ କଷ୍ଟ ହେଉଛି । ତେବେ ଏଠାରେ ବାୟୁର ମାନ ସୂଚକାଙ୍କ ୨୩ ପଏଣ୍ଟ ରହିଛି । ଗତ ଦୁଇ ଦିନ ମଧ୍ୟରେ ପ୍ରଦୂଷଣ ବୃଦ୍ଧି ହେବାର ସବୁଠାରୁ ବଡ କାରଣ ହେଉଛି ପବନ ବେଗ ଏଠାରେ ହ୍ରାସ ପାଇଛି । ଏୟାର କ୍ୱାଲିଟି ଏବଂ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ ଅନୁସାରେ , ଦିଲ୍ଲୀର ଅନେକ ସ୍ଥାନରେ ବାୟୁ AQI 250 ପାର କରିସାରିଛି । ଏହାକୁ ଦେଖିବା ପରେ ଦିଲ୍ଲୀ ସରକାର ଆଣ୍ଟି ସ୍ମଗ ଗନ ବ୍ୟବହାର କରିବାରେ ଲାଗିଛି । ଏହା ସହିତ ଅନେକ ସ୍ଥାନରେ ପାଣି ମଧ୍ୟ ଛିଞ୍ଚା ଯାଉଛି । ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣରୁ ମୁକ୍ତ ରଖିବା ପାଇଁ ଗୁରୁବାର ଆଇଟିଓ ଛକରୁ ରେଡ ଲାଇଟ ଅନ ଏବଂ ଭେଇକିଲ ଅଫ ଅଭିଯାନ ଆରମ୍ଭ ହେବ । ଏହି ଅଭିଯାନରେ ସାଧାରଣ ଲୋକ ଭାଗ ନେବେ ।ଅକ୍ଟୋବରରେ ରାଜଧାନୀରେ ଶୀତ ଆରମ୍ଭ ହୁଏ । ଏହା ସହିତ ପ୍ରଦୂଷଣ ମଧ୍ୟ ତାହାର ପ୍ରଭାବ ଦେଖାଇଥାଏ । ଏହା ଦିଲ୍ଲୀର ପ୍ରତିବର୍ଷର କାହାଣୀ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |