ଚନ୍ଦ୍ରଗ୍ରହଣ ଲାଗି ଆଖଣ୍ଡଳମଣି ମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି

ଭଦ୍ରକ,୨୭।୧୦ : ଚନ୍ଦ୍ରଗ୍ରହଣ ଥିବାରୁ ଶନିବାର ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ନେଇ ଶୁକ୍ରବାର ମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଛି। କୁମାର ପୂର୍ଣ୍ଣିମା ଓ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବାରୁ ଭକ୍ତମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଭୋର ୪ଟାରେ ଦ୍ୱାର ଫିଟା ନୀତି ସହ ମଙ୍ଗଳ ଆଳତି, ମହାସ୍ନାନ, ଘର୍ଷଣ ଲାଗି, ଜଳାଭିଷେକ ନୀତି ଅନୁଷ୍ଠିତ ହେବ। ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ଭୋଗ ଲାଗି କରାଯିବ।ଚନ୍ଦ୍ରଗ୍ରହଣ ପାଇଁ ଅପରାହ୍ନ ୪ଟାରୁ ପାକତ୍ୟାଗ ହେଉଥିବାରୁ ଗ୍ରହଣ ସର୍ବମୋକ୍ଷ ପର୍ଯ୍ୟନ୍ତ ଦର୍ଶନ ବନ୍ ରହିବ। ସେଥିପାଇଁ ସମସ୍ତ ନୀତିକାନ୍ତି ପାକତ୍ୟାଗ ପୂର୍ବରୁ ସାରିବାକୁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଆଲୋଚନା କରାଯାଇ ନିଷ୍ପତ୍ତି ହୋଇଛି। ଭକ୍ତମାନଙ୍କର ଦର୍ଶନ ପାଇଁ ଶୁକ୍ରବାର ସକାଳ ୫ଟାରୁ ଅପରାହ୍ନ ୪ଟା ଯାଏ ମନ୍ଦିର ସାହାଣ ମେଲା ରହିଛି। ପରମ୍ପରା ଅନୁଯାୟୀ ପାକତ୍ୟାଗଠାରୁ ଅର୍ଥାତ୍‌ ଅପରାହ୍ନ ୪ଟାରୁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!