ହାଇଦ୍ରାବାଦ ,୩୦।୧୦ : ଆନ୍ଧ୍ର-ଓଡ଼ିଶା ସୀମାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପରେ୨୬ଟି ଟ୍ରେନକୁ ବାତିଲ କରାଯାଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ସମୟରେ ଆନ୍ଧ୍ରର ଆଲମଣ୍ଡା ଷ୍ଟେସନରୁ କିଛି ବାଟ ପୂର୍ବରୁ ପଲାସା ପାସେଞ୍ଜର ଟ୍ରେନକୁ ବିଶାଖାପାଟଣା- ରାୟଗଡା ପାସେଞ୍ଜର ଟ୍ରେନ୍ ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପାସେଞ୍ଜର ଟ୍ରେନ୍ର ବଗି ଅନ୍ୟ ଟ୍ରାକ୍ରେ ପଡ଼ିଥିଲା। ସେହି ସମୟରେ ଆସୁଥିବା ମାଲ୍ବାହୀ ଟ୍ରେନ୍ଟି ପାସେଞ୍ଜରର ବଗିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଲୋକ ପାଇଲଟ ଓ ଗାର୍ଡଙ୍କ ସହ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଥିବା ନେଇ ସିପିଆର୍ଓ ସୂଚନା ଦେଇଛନ୍ତି।ସେହିପରି ୨୨ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ୧୧ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ଏହାସହ ୬ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ବାତିଲ ହୋଇଥିବା ଟ୍ରେନ ଗୁଡ଼ିକ ହେଲା ପଲାସା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-କୋର୍ବା ଟ୍ରେନ୍, କୋର୍ବା-ବିଶାଖାପାଟଣା ଟ୍ରେନ୍, ପଲାସା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ୍, ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ୍, ରାୟଗଡା-ବିଶାଖାପାଟଣା ପାସେଞ୍ଜର, ବିଜୟନଗରମ୍-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-ଗୁଣପୁର ସ୍ୱତନ୍ତ୍ର ଟ୍ରେନ୍, ଗୁଣପୁର-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ,ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ-ପୁରୀ ଏକ୍ସପ୍ରେସ,ବିଶାଖାପାଟଣା-କୋରବା ଏକ୍ସପ୍ରେସ,ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ,ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସ,ବିଶାଖାପାଟଣା-ପଲାସା ପାସେଞ୍ଜର,ପଲାସା-ବିଶାଖାପାଟଣା ପାସେଞ୍ଜର,ବିଶାଖାପାଟଣା-ତିରୁପତି ପାସେଞ୍ଜର,ତିରୁପତି-ବିଶାଖାପାଟଣା ପାସେଞ୍ଜର,ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ୍, ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ, ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଓ ବିଶାଖାପାଟଣା-ଭୁବନେଶ୍ୱ ଇଣ୍ଟରସିଟିକୁ ବାତିଲ କରାଯାଇଛି। ଏନେଇ ଇଷ୍ଟ କୋଷ୍ଟ ରେଲୱେ ସିପିଆରଓ ବିଶ୍ୱଜିତ ସାହୁ ସୂଚନା ଦେଇଛନ୍ତି। ଇଷ୍ଟକୋଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।ଲୋକୋ ପାଇଲଟ ଓ ଗାଡକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚି ଥିବା ବେଳେ ୫୦ରୁ ଆଧିକ ଆହାହ୍ମଧ୍ୟ ହୋଇଛନ୍ତି । ଏନେଇ ବିଜୟନଗରମ ଜିଲ୍ଲା ପ୍ରଶାସନ ସୂଚନା ଜାରି କରିଛନ୍ତି । ଏହି ଦୁର୍ଘଟଣାରେ ରେଳବାଇ ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ରାଶି ପ୍ରଧାନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ରିଲଫ ଫଣ୍ଡ ପକ୍ଷରୁ ଟ୍ରେନ ଦୁର୍ଘଟଣାର ମୃତକ ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ଦୁର୍ଘଟଣାରେ ମୃତକଙ୍କ ପାଇଁ ୨ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଯୋଗାଇବେ ବୋଲି କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |