ଭୁବନେଶ୍ୱର,୩୧।୧୦:ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ରଘୁବର ଦାସ।ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ। ହାଇକୋର୍ଟର ମୁଖ୍ୟ ବିଚାରପତି ରାଜଭବନରେ ତାଙ୍କୁ ଶପଥ ପାଠ କରାଇଛନ୍ତି। ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ ନାୟକ, ନେତା, ମନ୍ତ୍ରୀ ଓ ରାଜ୍ୟପାଳଙ୍କର ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ରାଜ୍ୟପାଳ ଭାବେ ଶପଥ ନେବା ପୂର୍ବରୁ ଆଜି ସକାଳେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ ରାଜ୍ୟପାଳ ରଘୁବର ଦାସ। ରାଜ୍ୟପାଳ ଲିଙ୍ଗରାଜଙ୍କ ସମେତ ଗଣେଶ ମନ୍ଦିର, ପାର୍ବତୀ ମନ୍ଦିର, ଭୁବନେଶ୍ୱରୀ ମନ୍ଦିର ଓ ନନ୍ଦୀଙ୍କ ଦର୍ଶନ କରିଥିଲେ। ଗତକାଲି ଟ୍ରେନ ଯୋଗେ ଓଡ଼ିଶା ପହଞ୍ଚିବା ପରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଉଙ୍କ ଦର୍ଶନ କରିଥିଲେ ରାଜ୍ୟପାଳ। ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ରାଜ୍ୟପାଳଙ୍କର ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ତାଙ୍କ ସହ ଓଡ଼ିଶା ଆସିଥିଲେ। ଜାମସେଦପୁର ଟାଟା କମ୍ପାନିରେ ଚାକିରି କରିଥିବା ରଘୁବର। ୧୯୭୭ରେ ପ୍ରଥେମ ଜନତା ଦଳ ଓ ପରେ ୧୯୮୦ରେ ବିଜେପିରେ ଯୋଗ ଦେଇଥିଲେ। ୫ଥର ବିଧାୟକ ହେବା ସହ ଉପ ମୁଖ୍ୟମନ୍ତ୍ରୀ ପରେ ୨୦୧୪ରୁ ୧୯ ଯାଏ ସେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |