ଦିଲ୍ଲୀ ପ୍ରଦୂଷଣ ଅସମ୍ଭାଳ:ଅନଲାଇନ୍‌ରେ ପାଠପଢ଼ା ପାଇଁ ବିଦ୍ୟାଳୟଗୁଡ଼ିକୁ ପରାମର୍ଶ

ନୂଆଦିଲ୍ଲୀ,୩।୧୧:ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ । ଲଗାତାର ୬ ଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀ ବାସୀ ଏବଂ ସରକାର।ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ଖରାପ ହେବାରେ ଲାଗିଛି। ଆଜି ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବାରୁ ଅନେକ କଟକଣା ଜାରି କରାଯାଇଛି। ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ ସ୍କୁଲକୁ ଦୁଇ ଦିନ ପାଇଁ ବନ୍ଦ କରିବାକୁ ଦିଲ୍ଳୀ ସରକାର ଘୋଷଣା କରିଛନ୍ତି। ଅନ୍‌ଲାଇନରେ ପାଠପଢ଼ା ଲାଗି ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀ ସରକାର ସମସ୍ତ ପ୍ରକାର ଅଣ ଅତ୍ୟାବଶ୍ୟକ ନିର୍ମାଣ କାର୍ଯ୍ୟକୁ ନିଷିଦ୍ଧ କରିଛନ୍ତି। ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ଭିଜିବିଲିଟି କମିଛି, ଶ୍ବାସକ୍ରିୟାରେ ବି କଷ୍ଟ ହେଉଛି । ପରିସ୍ଥିତିକୁ ଦେଖି ଦିଲ୍ଲୀରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଲାଗି ସରକାରୀ ଏବଂ ଘରୋଇ ପ୍ରାଥମିକ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର ।କେବଳ ନିର୍ମାଣ କାର୍ଯ୍ୟ ନୁହେଁ, ଭଙ୍ଗାରୁଜା କାର୍ଯ୍ୟ ଉପରେ ମଧ୍ୟ କଟକଣା ଲଗାଯାଇଛି। ଏଥିସହିତ ଜାତୀୟ ରାଜଧାନୀ ଭିତରକୁ ହାଲ୍‌କା ବାଣିଜ୍ୟିକ ଯାନ ଏବଂ ଡିଜେଲ୍‌ ଟ୍ରକ ପ୍ରବେଶକୁ ବନ୍ଦ ଘୋଷଣା କରିଛନ୍ତି। ଅନଲାଇନ୍‌ରେ ପିଲାଙ୍କୁ ପାଠ ପଢ଼ାଇବା ଲାଗି ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଦୁଇଦିନ ପର୍ଯ୍ୟନ୍ତ ବିଦ୍ୟାଳୟଙ୍କୁ ନଆସିବା ଲାଗି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ବାୟୁ ମାନ ଗୁରୁତର ହୋଇଥିବାରୁ ଏଥିପାଇଁ କି ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯିବ ସେ ନେଇ ଏନସିଆର ଓ ନିକଟବର୍ତ୍ତୀ କ୍ଷେତ୍ର ପାଇଁ ଗଠିତ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ପକ୍ଷରୁ ନୋଟିସ ଜାରି ହୋଇଛି।ଆଜି ଦିଲ୍ଲୀର ବାୟୁ ପ୍ରଦୂଷଣକୁ ୧୯୭୦ ଓ ୧୯୮୦ ଦଶକରେ ଲସ୍ ଆଞ୍ଜେଲସ୍‌ର ପ୍ରଦୂଷିତ ବାୟୁ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ କିଛି ଦିନ ହେଲା ଦିଲ୍ଲୀରେ ବାୟୁର ଗୁଣବତ୍ତା ଏତେ ଖରାପ ହୋଇଛି ଯେ ଏହା ତାଙ୍କୁ ଲସ୍‌ ଆଞ୍ଜେଲସ୍‌ରେ ବଡ଼ ହେବାର କଥା ମନେ ପକାଇଦିଏ, ଯେତେବେଳେ ପିଲାମାନଙ୍କୁ ଖେଳିବାକୁ ବାହାରକୁ ଯିବାକୁ ବାରଣ କରାଯାଉଥିଲା। ଜାତୀୟ ରାଜଧାନୀରେ ଘୋର ବାୟୁ ପ୍ରଦୂଷଣ ଦେଖାଦେଇଥିବା ବେଳେ ଗାର୍ସେଟି ଏଭଳି ମନ୍ତବ୍ୟ ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!