ସାମ୍ବାଦିକାଙ୍କ ଅଭିଯୋଗ ପରେ କ୍ଷମା ମାଗିଲେ ପ୍ରଯୋଜକ ଟୁଟୁ ନାୟକ

ଭୁବନେଶ୍ୱର,୩।୧୧:   କାଷ୍ଟିଂ କାଉଚ ପରେ ଆଜି ସାମ୍ବାଦିକାଙ୍କୁ ମାଡ଼ ମାରି ଅଭିଯୋଗରେ ଫସିଛନ୍ତି ଟୁଟୁ ନାୟକ । ତେବେ ”I am Sorry….” କହି ଏହି ମାମଲାକୁ ଯଥାଶୀଘ୍ର ସମାଧାନ କରିବା ପାଇଁ ସେ ଚେଷ୍ଟା କରିଛନ୍ତି । ମହିଳା ସାମ୍ବାଦିକାଙ୍କୁ ଦୁର୍ବବ୍ୟହାର କରିବା ନେଇ ଥାନାରେ ଅଭିଯୋଗ ହେବା ପରେ ଟୁଟୁ ବର୍ତ୍ତମାନ କ୍ଷମା ପ୍ରାର୍ଥନା କରିଛନ୍ତି । ସାମ୍ବାଦିକାଙ୍କ ଏହି ସଙ୍ଗୀନ ଅଭିଯୋଗକୁ ନେଇ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି । ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଆଜି ଗୋଟିଏ ଦିନରେ ୨ଟା ପ୍ରିମିୟର ଶୋ’ ରହିଥିଲା । ତେଣୁ ଏହାକୁ ଦେଖି ହଲରୁ ବାହାରିବା ବେଳେ ସାମ୍ବାଦିକା ଜଣକ ଗେଟ୍ ମଝିରେ ଠିଆ ହୋଇଥିଲେ । ତେଣୁ ସାଇଡ ହେବା ପାଇଁ ଟିକିଏ ଥାପୁଡ଼େଇ ଦେଇଥିବା ସ୍ୱୀକାର କରିଛନ୍ତି ପ୍ରଯୋଜକ ଟୁଟୁ ନାୟକ । ତେବେ ଏହି ସମୟରେ ସାମ୍ବାଦିକାଙ୍କ ମୋବାଇଲ ଫୋନ୍ ତଳେ ପଡ଼ି ଯାଇଥିଲା ଏବଂ ଅନ୍ୟ ସାମ୍ବାଦିକ ମାନେ ଏହାକୁ ଉଠାଇ ଦେଇଥିଲେ । କିନ୍ତୁ ଏହାଭିତରେ ସେଠାରୁ ପଳାଇ ଆସିଥିବା କହିଛନ୍ତି ଟୁଟୁ ନାୟକ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!