ନବରଙ୍ଗପୁର( ମିହିର ଶଙ୍କର ପାତ୍ର),,୪/୧୧:ନବରଙ୍ଗପୁର ଜିଲ୍ଲା କୃଷକ ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଉମରକୋଟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଏବଂ ବିଜେପି ରାଜ୍ୟ ସଂପାଦକ ରମେଶ ସାହୁ ଉପସ୍ଥିତ ଥିଲେ। ଜିଲ୍ଲା ସଭାପତି ସନା ମାଝୀ ସଭାପତିତ୍ବ କରିଥିବା ସ୍ଥଳେ ରାଜ୍ୟ କାର୍ଯ୍ୟକାରିଣୀ ସ୍ବତନ୍ତ୍ର ନିମନ୍ତ୍ରିତ ସତ୍ୟ ଜୟନ୍ତ କୁମାର ପାତ୍ର ମଞ୍ଚ ପରିଚାଳନା କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ଉପସଭାପତି ବିପଦ ଭଞ୍ଜନ ଦାସ, ସଂଯୋଜକ ଜଗନ୍ନାଥ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଯୋଗଦୀଶ କଲାର ଏବଂ ରମାପତି ବିଷୟୀ ମଧ୍ୟ ମଞ୍ଚାସିନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାୟଘର ମଣ୍ଡଳ ସଭାପତି ମନୋହର ସେନା,ଡାବୁଗାଁ ମଣ୍ଡଳ ସାଧାରଣ ସଂପାଦକ ମହେଶ ପାତ୍ର, ବାସନ୍ତୀ ମାଝୀ, ଟୁକୁ ପାଣୀଗ୍ରାହୀ , ଗୁରୁବାରୁ ମାଝୀ, କାଞ୍ଚନ ହରିଜନ, ମଙ୍ଗଳଦେଈ ଜାନୀ, ଲବ ଦତ, ଭଗତ୍ କଲାର, ମଧୁ ପୂଜାରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |