୫ଦିନ ପରେ ଧରା ପଡ଼ିଲା ମଣିଷ ଖିଆ ବାଘ

ନୂଆପଡ଼ା,୫ା୧୧: ଧରା ପଡ଼ିଲା ମଣିଷ ଖିଆ ବାଘ । ୫ ଦିନ ଧରି ନୂଆପଡ଼ାରେ ଆତଙ୍କ ଖେଳାଇଥିବା ବାଘକୁ କାବୁ କରିଛି ବନ ବିଭାଗ । କୋଦାପାଲି ଗାଁରେ ଯନ୍ତାରେ ପଡ଼ିଛି କଲରାପତରିଆ ବାଘ । ଗତ କିଛି ଦିନ ହେଲା ଏହି ବାଘ ନୂଆପଡ଼ାରେ ଆତଙ୍କ ସୃଷ୍ଟି କରିଥିଲା।  ଶୌଚ ପାଇଁ ଯାଇଥିବା ଜଣେ ମହିଳାଙ୍କୁ ମାରି ଖାଇବା ପରେ ଘର ଭିତରୁ ୮ ବର୍ଷର ଶିଶୁକୁ ଟେକି ନେଇଥିଲା । ଏବେ ଏହି ମଣିଷ ଖିଆ କଲରାପତରିଆ ବାଘକୁ କାବୁ କରିବାରେ ସଫଳ ହୋଇଛି ବନ ବିଭାଗ। ବର୍ତ୍ତମାନ ଏହି ବାଘକୁ ନୂଆପଡ଼ା ରେଞ୍ଜ ଅଫିସରେ ରଖି ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ନନ୍ଦନକାନନ ନିଆଯିବ ବୋଲି ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!