ନଭେମ୍ବର ୯-୧୦ରେ ପାଳନ ହେବ ମାଣ୍ଡିଆ ଦିବସ

କେନ୍ଦୁଝର, ୭।୧୧  :  ଚଳିତ ନଭେମ୍ବର ୯ ଓ ୧୦ରେ କେନ୍ଦୁଝର ଜିଲ୍ଲାରେ ମାଣ୍ଡିଆ ଦିବସ ପାଳନ ପରିପ୍ରେକ୍ଷୀରେ ମଙ୍ଗଳବାର ଅପରାହ୍ନରେ ଦରବାର ହଲ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଗୁରତ୍ୱାରୋପ କରିଛନ୍ତି ।  ଜିଲ୍ଲାପାଳ ଶ୍ରୀ ଠାକରେ ମାଣ୍ଡିଆ ଜାତୀୟ ଖାଦ୍ୟର ଉପକାରିତା ସଂପର୍କରେ ଆଲୋକପାତ କରି ଏହାର ବହୁଳ ଉପଯୋଗ ପାଇଁ ଆହ୍ବାନ ଦେଇଛନ୍ତି । ଜିଲ୍ଲାପାଳ ସୂଚନା ଦେଇ କହିଥିଲେ ଯେ ମିଳିତ ଜାତିସଂଘ ୨୦୨୩ ମସିହାକୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ବିଭିନ୍ନ ମିଲେଟ ପ୍ରୋତ୍ସାହନ କାର୍ଯ୍ୟକ୍ରମକୁରାଜ୍ୟରେ ଉତ୍ସବ ଭାବେ ପାଳନ କରାଯାଉଛି । ନଭେମ୍ବର ୧୦ ତାରିଖକୁ ମିଲେଟ ଦିବସ (ମାଣ୍ଡିଆ ଦିବସ) ଭାବରେ ପାଳନ କରାଯାଉଛି । ତଦନୁଯାୟୀ କେନ୍ଦୁଝର ଜିଲ୍ଲାରେ ଡି.ଏମ.ଏଫ. ସହଯୋଗରେ ନମ୍ବର ୯ ଓ ୧୦ ତାରିଖରେ ଧରଣୀଧର ବିଶ୍ବ ବିଦ୍ୟାଳୟ ପଡିଆରେ ଦୁଇଦିନିଆଁ ମାଣ୍ଡିଆ ଦିବସ ପାଳନ ଆୟୋଜନ କରାଯାଉଛି। ୧୦ତାରିଖରେ ମୁଖ୍ୟ ଅତିଥି ଭାବେ ଓଡିଶାର କ୍ରୀଡା ଓ ଯୁବସେବା, ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତି ମନ୍ତ୍ରୀ ତୁଷାକାନ୍ତ ବେହେରା, ସମ୍ମାନନୀୟ ଅତିଥ ଭାବେ ଜିଲାର ସାଂସଦ ଓ ବିଧାୟକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୯ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଏସ.ପି. ଏବଂ ଡି.ଏଫ.ଓ.ଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଶୁଦ୍ଧ ମିଲେଟ ସୁସ୍ଥ ଜୀବନ ଉପରେ ମିଲେଟ ଖାଦ୍ୟ ପ୍ରତିଯୋଗିତା, ମିଲେଟ ଆଧାରିତ ଖେଳ ଜୋନ, କୁଇଜ ପ୍ରତିଯୋଗିତା, ମାଣ୍ଡିଆ ଚାଷର ପ୍ରଦର୍ଶନୀ, ମିଲେଟ ଶକ୍ତି କାଫେର ପ୍ରତିକୃତି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜିଲାବାସୀ ତଥା ପଡୋଶୀ ଜିଲାର ଅଧିବାସୀମାନେ ଉକ୍ତ କାର୍ଯ୍ୟକ୍ରମରେ ବହୁଳ ଭାବେ ଯୋଗଦାନ କରିବାକୁ ଜିଲ୍ଲାପାଳ ଠାକରେ ନିବେଦନ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!