ଉପବାଚସ୍ପତି ପଦ ଛାଡ଼ିଲେ ରଜନୀକାନ୍ତ ସିଂ

ଭୁବନେଶ୍ୱର,୮ା୧୧: ବିଧାନସଭାର ଉପବାଚସ୍ପତି ପଦରୁ ବୁଧବାର ରଜନୀକାନ୍ତ ସିଂହ ଇସ୍ତଫା ଦେଇଛନ୍ତି। ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ସେ ନି‌ଜ ଇସ୍ତଫାପତ୍ର ଦେଇଛନ୍ତି। ଇସ୍ତଫା ସମ୍ପର୍କରେ ପ୍ରତିକ୍ରିୟା ଦେଇ ରଜନୀକାନ୍ତ କହିଛନ୍ତି, ଉପବାଚସ୍ପତି ଏକ ସାମ୍ବିଧାନିକ ପଦ। ଏହି ପଦବୀରେ ଥାଇ ମୁଁ ଦଳୀୟ କାର୍ଯ୍ୟ କରିପାରୁ ନ ଥିଲି। ଆଗକୁ ନିର୍ବାଚନ ଥିବାରୁ ସଂଗଠନକୁ ସୁଦୃଢ କରିବା ସହ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଇସ୍ତଫା ଦେଇଛି। ତେବେ ଏହା ହଠାତ୍‌ ନିଷ୍ପତ୍ତି ନୁହେଁ, ବହୁଦିନରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।ପବାଚସ୍ପତି ପଦ ଛାଡ଼ିଲେ ରଜନୀକାନ୍ତ ସିଂହ। ଏବେ ସମ୍ଭାଳିବେ ଦଳୀୟ ସଂଗଠନ। କର୍ମୀଙ୍କୁ କରିବେ ଏକଜୁଟ୍। ବିଜେଡିକୁ ଘାରିଲାଣି ସଂଗଠନ ଚିନ୍ତା। କାରଣ ୫ମାସ ପରେ ସାଧାରଣ ନିର୍ବାଚନ। ୨୦୧୯ ମସିହାରୁ ଉପବାଚସ୍ପତି ଭଳି ସାମ୍ବିଧାନିକ ପଦରେ ଥିବାରୁ ସଂଗଠନକୁ ଗୁରୁତ୍ୱ ଦେଇପାରିନାହାଁନ୍ତି ରଜନୀକାନ୍ତି। ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେବା ପରେ ସେ ନିଜ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ଅନୁଗୁଳର ସଂଗଠନ ଦାୟିତ୍ୱ ନେବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!