ବଲାଙ୍ଗୀର,୮ା୧୧: ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବ୍ଲକ ରିସୋର୍ସ ସେଣ୍ଟର କୋଅଡିନେଟର(ବିଆର୍ସିସି)ଶ୍ୟାମସୁନ୍ଦର ପଧାନ ଜାଲ୍ ସାର୍ଟିଫିକେଟ୍ରେ ଚାକିରି କରି ବନ୍ଧା ହୋଇଛନ୍ତି। ଶ୍ୟାମସୁନ୍ଦର ଡଙ୍ଗାପଥର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ଜାଲ୍ ବିଇଡି ସାର୍ଟିଫିକେଟ ପ୍ରଦାନ କରି ଶ୍ୟାମସୁନ୍ଦର ପଦୋନ୍ନତି ପାଇଥିଲେ। ଗତ ୨୦୧୧ରୁ ସେ ଗୁଡଭେଲା ବିଇଓ ଅଫିସରେ ବିଆରସିସି ଭାବେ କାମ କରୁଛନ୍ତି। ଜାଲ୍ ସାର୍ଟିଫିକେଟରେ ଚାକିରି ନେଇ ଖବର ପ୍ରକାଶ ପରେ ଜିଲା ପ୍ରଶାସନ ତତ୍ପର ହୋଇଉଠିଥିଲା।:ଜାଲ ସାର୍ଟିଫିକେଟରେ ଚାକିରି। ବନ୍ଧା ହେଲେ ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବ୍ଲକ ରିସୋର୍ସ ସେଣ୍ଟର କୋଡିନେଟର(ବିଆର୍ସିସି) ଶ୍ୟାମ ସୁନ୍ଦର ପଧାନ। ଶ୍ୟାମସୁନ୍ଦର ଡ଼ଙ୍ଗାପଥର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ।ଜାଲ୍ ବିଇଡ଼ି ସାର୍ଟିଫିକେଟ ପ୍ରଦାନ କରି ଶ୍ୟାମସୁନ୍ଦର ପଦୋନ୍ନତି ପାଇଥିଲେ। ଗତ ୨୦୧୧ ମସିହାରୁ ଗୁଡଭେଲା ବିଇଓ ଅଫିସରେ ବିଆରସିସି ଭାବେ କାମ କରୁଛନ୍ତି। ସେ ଅନେକ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହେଉଥିଲା। ଜାଲ୍ ସାର୍ଟିଫିକେଟ୍ରେ ଚାକିରି ନେଇ ଖବର ଓଡ଼ିଶା ରିପୋର୍ଟରରେ ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ।ସନ୍ଦେହ ଘେରରେ ଥିବା ବିଇଡି ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟକୁ ଚିଠି କରିଥିଲେ। ଶ୍ୟାମସୁନ୍ଦରଙ୍କ ସାର୍ଟିଫିକେଟ୍ ନକଲି ବୋଲି ସମ୍ପୃକ୍ତ ବିଶ୍ୱବିଦ୍ୟାଳୟରୁ ରିପୋର୍ଟ ଆସିଥିଲା। ଦୁଇ ମାସ ତଳେ ଏନେଇ ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଡ଼ିଇଓ। ଅଭିଯୋଗକୁ ଭିତ୍ତି କରି ଫେରାର ଥିବା ବିଆରସିସିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ତୁଷୁରା ଥାନା ପୁଲିସ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |