ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପ୍ରିନ୍ସିପାଲଙ୍କ ଘରେ ରେଡ୍

ବଲାଙ୍ଗୀର,୯।୧୧:  ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ। ବଲାଙ୍ଗୀର ଆୟୁର୍ବେଦିକ କଲେଜର ପ୍ରିନ୍ସପାଲ ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ଼ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଭିଜିଲାନ୍ସର ୮ଜଣ ଡିଏସପି, ୬ଜଣ ଇନସ୍ପେକ୍ଟର ଓ ଅନ୍ୟାନ୍ୟ ଅଧିକାରୀ ଏହି ରେଡ୍ କରୁଛନ୍ତି । ତା ସହିତ ପୁରୀର ୪ଟି ସ୍ଥାନ, ବଲାଙ୍ଗୀରର ଗୋଟିଏ ସ୍ଥାନ ଓ ସମ୍ବଲପୁରର ଗୋଟିଏ ସ୍ଥାନରେ ଚାଲିଛି ରେଡ ।ଗୁରବାର ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଥିବା ସୂଚନା ମିଳିଛି। ଭୁବନେଶ୍ୱର ଭିଜିଲାନ୍ସ ନିର୍ଦ୍ଦେଶ କ୍ରମେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ୮ଜଣ ଡିଏସପି, ୬ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ଏହି ଚଢାଉ୍‌ରେ ସାମିଲ ଅଛନ୍ତି। ପୁରୀ କାଶିହରିପୁର ଓ ସାକ୍ଷୀଗୋପାଳ ସ୍ଥିତ ପୌତ୍ରିକ ଘର, ଶ୍ରୀରାମଚନ୍ଦ୍ରପୁର ଓ ସାକ୍ଷୀଗୋପାଳ ଠାରେ ଥିବା ମେଡିକାଲ, ସମ୍ବଲପୁର ସିଆରପିଏଫ କ୍ୟାମ୍ପସ ସ୍ଥିତ ସହଧର୍ମିଣୀଙ୍କ କ୍ବାର୍ଟର୍ର, ପୁରୀ ଗୋପ ସ୍ଥିତ ସମ୍ପର୍କୀୟ ଘର ସମେତ ବଲାଙ୍ଗୀର ଆୟୁର୍ବେଦ ସରକାରୀ କଲେଜରେ ଚଢାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଖବର ଲେଖାଯିବା ସୁଦ୍ଧା ଭିଜିଲାନ୍ସ ଏହି ୬ଟି ସ୍ଥାନରେ ଚଢାଉ ଜାରି ରଖିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!