ଦିଲ୍ଲୀରେ ପ୍ରଦୂଷଣ ମାତ୍ରାକୁ ସାମୟିକ ଭାବେ ରୋକିବାକୁ କୃତ୍ରିମ ବର୍ଷା !

ନୂଆଦିଲ୍ଲୀ,୯।୧୧ : ଦିନକୁ ଦିନ ବେଶ ଘାତକ ହେବାରେ ଲାଗିଛି ଦିଲ୍ଲୀର ବାୟୁ ପ୍ରଦୂଷଣ। ପ୍ରତିଦିନ ରେକର୍ଡ ମାତ୍ରାରେ ବଢ଼ୁଛି ପ୍ରଦୂଷଣ ।  ଯାହା ସାଧାରଣ ଲୋକଙ୍କ ପାଇଁ ଗ୍ୟାସ୍ ଚାମ୍ବରରେ ରହିବା ସଦୃଶ। ଭୟଙ୍କର ପ୍ରଦୂଷଣରୁ ବର୍ତ୍ତିବାକୁ ଦିଲ୍ଲୀରେ ହେବ କୃତ୍ରିମ ବର୍ଷା । ଆସନ୍ତା ୨୦ ଓ ୨୧ ତାରିଖରେ ଦିଲ୍ଲୀ ଆକାଶରୁ କୃତ୍ରିମ ବର୍ଷା ପାଇଁ ଯୋଜନା କରାଯାଉଛି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।ଦିଲ୍ଲୀ ବାୟୁମଣ୍ଡର ମାନ ଅତ୍ୟନ୍ତ ଖରାପ ସ୍ତରରେ ରହିଥିବା ରେକର୍ଡ ହୋଇଛି। ଏକ୍ୟୁଆଇ ମିଟରରେ ଦିଲ୍ଲୀର ଅଧିକାଂଶ ସ୍ଥାନର ବାୟୁର ମାନ ୪ଶହ ଉପରେ ରହିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଚିନ୍ତାରେ ଲୋକେ। ଏହାରି ଭିତରେ ଗତକାଲି ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଖୁସି ପ୍ରକଟ କରିଛନ୍ତି ଲୋକେ। ବଢୁଥିବା ପ୍ରଦୂଷଣକୁ ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ଏଭଳି କଟକଣାକୁ ସାଧାରଣରେ ପ୍ରଶଂସା କରିଛନ୍ତି।ପ୍ରଦୂଷଣ ମାତ୍ରାକୁ ସାମୟିକ ଭାବେ ରୋକିବାକୁ କୃତ୍ରିମ ବର୍ଷା ସମ୍ପର୍କିତ ପ୍ରସ୍ତାବ ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ଦିଲ୍ଲୀ  ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି । ଦିଲ୍ଲୀ ଓ ଏନ୍‌ସିଆର ଅଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରା ବା ଏୟାର କ୍ୱାଲିଟି ଇଣ୍ଡେକ୍ସ(AQI)ର ମାନ ଅତି ଭୀଷଣ ରହିଛି ।ଦିଲ୍ଲୀ ସରକାର ଏବେ ଆପ୍‌ରେ ବୁକ୍ ହେଉଥିବା ଟ୍ୟାକ୍ସି ଚଳାଚଳ ଉପରେ ରୋକ୍ ଲଗାଇଛନ୍ତି । ଅନ୍ୟ ରାଜ୍ୟରୁ ଆସିଥିବା ଟ୍ୟାକ୍ସି ପ୍ରବେଶ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ।ଅନେକ ଗୁଡ଼ିଏ ଟ୍ୟାକ୍ସିରେ କେବଳ ଜଣେ ମାତ୍ର ଯାତ୍ରୀ ଯାଉଥିବାରୁ ଏହା ଉପରେ ଧ୍ୟାନ ଦେବାକୁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!