ଗୋଟାଏ ରାତିରେ ୮୦୦ ଥର ସିରିଜ୍‌ ଭୂକମ୍ପ

ନୂଆଦିଲ୍ଳୀ,,୧୧।୧୧: ଦକ୍ଷିଣ-ପଶ୍ଚିମ ରେକଜାନେସ୍ ପେନିନ୍‌ସୁଲାରେ ଲଗାତର ଭା‌େ ଅନେକଗୁଡ଼ିଏ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ ଆଇସଲ୍ୟାଣ୍ଡରେ ଶୁକ୍ରବାର ଦିନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ରିପୋର୍ଟରୁ ପ୍ରକାଶ ଯେ ଶୁକ୍ରବାର ରାତିରେ ଆରମ୍ଭ ହୋଇଥିବା ଏହି ସରିଜ୍‌ ଭୂକମ୍ପ ୧୪ ଘଣ୍ଟା ମଧ୍ୟରେ ୮୦୦ ଥର ଝଟ୍‌କା ଦେଇଛି।ଏହି ଭୂକମ୍ପ ପରେ ସିଭିଲ୍ ସୁରକ୍ଷା ଏବଂ ଜରୁରୀକାଳୀନ ପରିଚାଳନା ବିଭାଗ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, “ ଗ୍ରୀନଭିକର ଉତ୍ତରରେ ଥିବା ସୁନ୍ଦନଜୁକଗିଗରରେ ସିରିଜ୍‌ ଭୂକମ୍ପ ଯୋଗୁ ନାଗରିକମାନଙ୍କ ସୁରକ୍ଷା ପାଇଁ ଜାତୀୟ ପୁଲିସ ମୁଖ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।’ଏହି ଭୂକମ୍ପ ଆହୁରି ବଡ଼ ହୋଇପାରେ ଏବଂ ଏହି ସିରିଜ୍‌ ଭୂମିକମ୍ପ ବିସ୍ଫୋରଣର ରୂପ ନେଇପାରେ ବୋଲି ପ୍ରଶାସନ ଚେତାବନୀ ଦେଇଛି। ଆଇସଲ୍ୟାଣ୍ଡ୍ ମେଟ୍ ଅଫିସ୍ (ଆଇଏମଓ) କହିଛି ଯେ କିଛି ଦିନ ମଧ୍ୟରେ ଏକ ବିସ୍ଫୋରଣ ହୋଇପାରେ। ପାଖାପାଖି ୪ ହଜାର ଲୋକ ବାସ କରୁଥିବା ଗ୍ରିଣ୍ଡାଭିକ୍ ଗାଁ, ଦକ୍ଷିଣ-ପଶ୍ଚିମ ଅଞ୍ଚଳଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଅବସ୍ଥିତ। ଏହିଠାରେ ହିଁ ଶୁକ୍ରବାର ଭୂକମ୍ପ ହୋଇ ସମଗ୍ରୀ ଅଞ୍ଚଳକୁ ଥରାଇ ଦେଇଛି। ଯଦି ଆଗାମୀ ଦିନରେ ଏହି ଭୂକମ୍ପ ହେତୁ ବିସ୍ଫୋରଣ ପରିସ୍ଥିିତି ସୃଷ୍ଟି ହୁଏ ତ ଲୋକମାନଙ୍କୁ ସ୍ଥାନାନ୍ତର ଯୋଜନା ବି ରହିଛି।ରାଜଧାନୀ ରେକଜାଭିକଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଏବଂ ଦେଶର ଦକ୍ଷିଣ ଉପକୂଳରେ ପ୍ରାୟ ୧୭୩୦ ଜିଏମ୍‌ଟି‌େରେ ଅନୁଭୂତ ହୋଇଥିବା ଭୂମିକମ୍ପରେ ଘରର ଝରକା ଏବଂ ସାମଗ୍ରୀ ଏପଟସେପଟ୍‌ ହୋଇ ଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!