ଓବେରୟ ଗ୍ରୁପ କାର୍ଯ୍ୟକାରୀ ଅଧ୍ୟକ୍ଷ PRS ଓବେରୟଙ୍କ ପରଲୋକ

ନୂଆଦିଲ୍ଲୀ,୧୪।୧୧: ଭାରତୀୟ ହସ୍ପିଟାଲିଟି ଶିଳ୍ପର ଜଣେ କିମ୍ବଦନ୍ତୀ ପୁରୁଷଙ୍କର ପରଲୋକ ଘଟିଛି । ଓବେରୟ ଗ୍ରୁପ ହୋଟେଲର ଅଧ୍ୟକ୍ଷ ପୃଥ୍ୱୀ ରାଜ ସିଂହ ଓବେରୟ ଆଉ ନାହାନ୍ତି । ୯୪ ବର୍ଷ ବୟସରେ ଓବେରୟ ଗ୍ରୁପର କାର୍ଯ୍ୟକାରୀ ଅଧ୍ୟକ୍ଷ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ଓବେରୟଙ୍କ ବିୟୋଗ ଭାରତୀୟ ହସ୍ପିଟାଲ ଓ ହୋଟେଲ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷତ ଗଭୀର ଶୋକବ୍ୟକ୍ତ କରିଛନ୍ତି ।ଓବରୋଇ ଗ୍ରୁପ୍‌ର ଚେୟାରମ୍ୟାନ୍‌ ପିଆର୍‌ଏସ୍‌ ଓବରୋଇଙ୍କ ମଙ୍ଗଳବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ତେବେ ଭାରତରେ ହୋଟେଲ ବ୍ୟବସାୟର ରୂପରେଖ ବଦଳାଇବାର ଶ୍ରେୟ ତାଙ୍କୁ ଦିଆଯାଉଥିଲା। ଅପରାହ୍ନ ୪ଟାରେ ଭଗବତୀ ଓବରୋଇ ଚାରିଟେବୁଲ ଟ୍ରଷ୍ଟ, ଓବେରୋଇ ଫାର୍ମ, କାପାଶେରାଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ୧୯୨୯ରେ ଜନ୍ମିତ ପୃଥ୍ବୀରାଜ ସିଂହ ଓରରୋଇ(ପିଆରଏସ୍‌ ଓବରୋଇ) ଜଣେ ଦୂରଦୃଷ୍ଟି ସମ୍ପନ୍ନ ଲିଡର ଥିଲେ। ସେ ଓବରୋଇ ଗ୍ରୁପ୍‌ର ଫ୍ଲାଗସିପ କମ୍ପାନୀ ଇଆଇଏଚ୍‌ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଥିଲେ। ଏଥିସହ ଇଆଇଏଚ୍‌ ଲିିିମିଟେଡ୍‌ର ପ୍ରମୁଖ ଅଂଶୀଦାର ଓବରୋଇ ହୋଟେଲ ପ୍ରାଇଭେଟ ଲିମିଟେଡର ଚେୟାରମ୍ୟାନ୍‌ ମଧ୍ୟ ଥିଲେ। ୨୦୨୨ରେ ସେ ଇଆଇଏଚ୍‌ ଲିମିଟେଡର ଚେୟାରମ୍ୟାନ୍‌ ପଦରୁ ଇସ୍ତଫା ଦେଇଥିଲେ। ୨୦୦୮ରେ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!