ଇତିହାସ ରଚିଲେ ବିରାଟ କୋହଲି,ଚିନଙ୍କ ରେକର୍ଡ ଭାଙ୍ଗିଲେ

ମୁମ୍ବାଇ,୧୫।୧୧ : ୱାଙ୍ଖେଡେ ଷ୍ଟାଡିୟମରେ ଖେଳଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷରେ ସେମି ଫାଇନାଲ ଶତକ ହାସଲ କରି ବିରାଟ କୋହଲି ବିଶ୍ବରେକର୍ଡ କରିଛନ୍ତି। ବିଶ୍ବର ପ୍ରଥମ ଖେଳାଳି ଭାବେ ଦିନିକିଆ କ୍ରିକେଟରେ ୫୦ ତମ ଶତକ ହାସଲ କରିଛନ୍ତି। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ମହାରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି। ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ୍‌ ସେମିଫାଇନାଲରେ କୋହଲି ୫୦ତମ ଶତକ ହାସଲ କରିଛନ୍ତି। ଏହି ସମୟରେ ସଚିନ ତେନ୍ଦୁଲକର ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଶତକ ଅର୍ଜନ ପରେ ପଡ଼ିଆରୁ ତାଙ୍କୁ ସଲାମ କରିଥିଲେ କୋହଲି। ସହିତ ମହାନ ବ୍ୟାଟ୍ସମ୍ୟାନ୍ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି ବିରାଟ କୋହଲି। ସଚିନ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୪୯ଟି ଶତକ ମାରିଥିବାବେଳେ, କୋହଲି ଆଜିର ଶତକକୁ ମିଶାଇ ମୋଟ ୫୦ଟି ଶତକ ମାରିସାରିଲେଣି ।ଏଥି ସହିତ ବିରାଟ ଦିନିକିଆ କ୍ରିକେଟରେ ବିଶ୍ବର ସବୁଠାରୁ ଅଧିକ ଶତକ ହାସଲକାରୀ ବ୍ୟାଟର ହୋଇଛନ୍ତି। ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରେ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ମାତ୍ର ୨୭୭ ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇଥିଲେ। ଆଜି ୨୭୯ତମ ଇନିଂସରେ ସେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି।୨୦୦୯ରେ ଶ୍ରୀଲଙ୍କା ବିରୁଦ୍ଧରେ ବିରାଟ କରିଥିଲେ ପ୍ରଥମ ଶତକ। ଏଥି ସହିତ ଅନ୍ତର୍ଜାତୀୟ କ୍ରିକେଟରେ ବିରାଟଙ୍କ ମୋଟ ଶତକ ସଂଖ୍ୟା ୮୦ ଛୁଇଁଛି। ବିରାଟଙ୍କ ନାମରେ ଟେଷ୍ଟରେ ୨୯ ଓ ଟି – ୨୦ରେ ଗୋଟିଏ ଶତକ ରହିଛି। ଦିନିକିଆରେ ପାକିସ୍ତାନ ବିରୁଦ୍ଧରେ ୨୦୧୨ରେ କରିଥିବା ୧୮୩ ତାଙ୍କର ସର୍ବାଧିକ ଦିନିକିଆ ସ୍କୋର। ଚଳିତ ବିଶ୍ଵକପରେ ଏହା ବିରାଟଙ୍କ ତୃତୀୟ ଶତକ। ଏହି ବିଶ୍ଵକପରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ରନ ସଂଗ୍ରହକାରୀ ଅଛନ୍ତି ବିରାଟ କୋହଲି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!