ଭଦ୍ରକ,୨୧।୧୧: ଭଦ୍ରକ ପୁରୁଣାବଜାରରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ|ଭଦ୍ରକ ସହରରେ ଦୀର୍ଘଦିନ ହେବେ ପୁରୁଣାବଜାର ଅଂଚଳ ନକଲି ଜର୍ଦାର ହବ ପାଲଟିଛି। ନକଲି ଜର୍ଦ୍ଦାକୁ ଯେତେଥର ପୁଲିସ ଜବତ କରୁଛି। ଅଧିକ ଲୋକ ଏଇ ବେଆଇନ କାର୍ଯ୍ୟରେ ସଂପୃକ୍ତ ରହିଛନ୍ତି। ଏହି ବେଆଇନ କାର୍ଯ୍ୟରେ କିନ୍ତୁ ମୂଳ ପ୍ରଚ୍ଛଦ ପଟରେ କିଏ ରହୁଛି ତାକୁ ଧରିବାର ସଫଳ ହେଉନାହିଁ ପୁଲିସ। ଅଭିଯୋଗ ପାଇଁ ମଙ୍ଗଳବାର ଭଦ୍ରକର ପୁରୁଣା ବଜାର ଥାନା ପୁଲିସ ହେଲା ସାହି ଅଂଚଳରେ ଚାଲୁଥିଲା ନକଲି ଜର୍ଦ୍ଦା କାରବାର ଘଟଣାର ସୁରାକ ପାଇଥିଲା। ଏହି ସ୍ଥାନକୁ ଯାଇ ପୁଲିସ ନକଲି ଜର୍ଦ୍ଦା ତିଆରି ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ନକଲି ଜର୍ଦ୍ଦା ତିଆରି କରୁଥିବା ଲୋକ ମାନେ ଫେରାର ହୋଇଯାଇଥିଲେ।ପୁରୁଣାବଜାର ପୁଲିସ ଚଢ଼ାଉ ବେଳେ ସେଠାରୁ ୧ କୁଇଣ୍ଟାଲ ୨୦୦ ଗ୍ରାମ ନକଲି ଜର୍ଦ୍ଦା ଜବତ କରିବା ସହ ଏକ ଅଟୋ କୁ ମଧ୍ୟ ଜବତ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |