କଟକ,୨୫।୧୧: ଆଜି ମହାକାର୍ତ୍ତିକ ମାସର ବଡ ପର୍ବ ବଡଓଷା। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେବ ଗଜଭୋଗ ଓ ତରଣ। ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଉଦ୍ଯାପନ କରିଥାନ୍ତି। ଏଥିପାଇଁ ଆଜି ରାତି ୩ଟା ବେଳେ ଦ୍ୱାର ଫିଟା ଯାଇଥିଲା। ପରେ ବାବା ଧବଳେଶ୍ୱରଙ୍କୁ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ,ମଙ୍ଗଳ ଆଳତି ଆଦି ସମସ୍ତ ରୀତିନୀତି କରାଯାଇଥିଲା।ଭକ୍ତ ଓ ଭଗବାନଙ୍କ ମିଳନରେ ବାଧକ ସାଜିପାରିଲାନି ବିବାଦ। ଆଠଗଡ଼ ବାବା ଧବଳେଶ୍ୱରଙ୍କ ମନ୍ଦିର ମୁଖ୍ୟ କବାଟ ଭାଙ୍ଗି ଦର୍ଶନ କଲେ ଶ୍ରଦ୍ଧାଳୁ। ଆଜି ବଡ଼ ଓଷାରେ ଶହ ଶହ ଶ୍ରଦ୍ଧାଳୁ ମନ୍ଦିରରେ ଭିଡ଼ ଜମାଇଥିଲେ। ତେବେ ଗତକାଲିରୁ ଲାଗି ରହିଥିବା ବିବାଦ ଯୋଗୁଁ ଆଜି ବି ମନ୍ଦିରରେ ଦର୍ଶନ ବନ୍ଦ ଥିଲା। ହେଲେ ବଢ଼ି ଭୋରରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ଆସି ପହଞ୍ଚିଥିଲେ। ବଡ଼ ସିଂହାର ବେଶରେ ଦର୍ଶନ କରିବାକୁ ଲୋକେ ଅପେକ୍ଷା କରି ଶେଷରେ ମୁଖ୍ୟ କବାଟକୁ ଭାଙ୍ଗି ଭିତରେ ପଶିଛନ୍ତି।ବିଶ୍ୱାସ ରହିଛି ଏହି ଏକାଦଶୀରେ ନିଦ୍ରାଯାଇଥିବା ଦେବତାମାନେ ମଧ୍ୟ ନିଦ୍ରାତ୍ୟାଗ କରିଥାନ୍ତି । ଏପରିକି ପଦ୍ମପୁରାଣରେ ଏହାର ମହାତ୍ମ୍ୟ ମଧ୍ୟ ଉଲ୍ଲେଖ ଅଛି । ପ୍ରବାଦ ରହିଛି, ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତ ହେବା ପାଇଁ ଇନ୍ଦ୍ରଦେବ ପ୍ରଭୁ ଧବଳେଶ୍ୱରଙ୍କ ନିକଟରେ ବଡ଼ ଓଷା ବ୍ରତ ରଖି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହାନଦୀରେ ବୁଡ଼ ପକାଇଥିଲେ । ଫଳରେ ବ୍ରହ୍ମାଙ୍କ ଅଭିଶାପ ୪ୟ ହୋଇଥିଲା ବୋଲି ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି । ତେଣୁ ବଡ଼ଓଷା ଏବଂ କାର୍ତ୍ତିକବ୍ରତ କରିଥିବା ଶ୍ରଦ୍ଧାଳୁ ଏବଂ ଭକ୍ତମାନେ ଆଜି ଦବଳେଶ୍ୱର ପୀଠକୁ ଆସି ନିଜର ମନସ୍କାମନା ପୂର୍ଣ୍ଣ କରିବାପାଇଁ ପ୍ରାର୍ଥନା କରିଥାନ୍ତି ।ଧବଳେଶ୍ୱରଙ୍କ ମନ୍ଦିରେ ବ୍ୟାରିକେଡ ବ୍ୟବସ୍ଥାକୁ ନେଇ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକାଲି ପୂଜକ ମାନେ ମନ୍ଦିର ମୁଖ୍ୟଦ୍ୱାରରେ ଧାରଣାରେ ବସିଥିଲେ। ଯାହାଫଳରେ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ। ହେଲେ ଆଜି ଭକ୍ତମାନେ ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |