ତିରୁପତି ବାଲାଜୀଙ୍କ ଦର୍ଶନ କରି ଦେଶବାସୀଙ୍କ ପାଇଁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

ତିରୁପତି,୨୭।୧୧:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସକାଳେ ତିରୁପତି ବାଲାଜୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ମନ୍ଦିର ଗସ୍ତର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିରୁମାଲା ଅଞ୍ଚଳର ପର୍ବତ ଉପରେ ଥିବା ପ୍ରଭୁ ଭେଙ୍କଟେଶ୍ବରଙ୍କ ପ୍ରସିଦ୍ଧ ମନ୍ଦିରକୁ ଯାଇ ସବୁ ଭାରତୀୟଙ୍କର ଉତ୍ତମ ସ୍ବାସ୍ଥ୍ୟ, ସୁଖ ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛନ୍ତି।ଏ ସଂକ୍ରାନ୍ତରେ ‘ଏକ୍ସ୍‌’ରେ କରିଥିବା ପୋଷ୍ଟ୍‌ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ତିରୁମାଲାସ୍ଥିତ ଶ୍ରୀଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ୧୪୦ କୋଟି ଭାରତୀୟଙ୍କ ସୁ-ସ୍ବାସ୍ଥ୍ୟ, ସୁଖ ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛି।ଗତରାତିରେ ରେନିଗୁଣ୍ଟା ବିମାନ ବନ୍ଦରରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଏସ୍‌. ଅବ୍ଦୁଲ୍‌ ନାଜୀର୍‌ ଓ ମୁଖ୍ୟମନ୍ତ୍ରୀ ୱାଇ. ଏସ୍‌. ଜଗନ ମୋହନ ରେଡ୍ଡୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିଥିଲେ।ମନ୍ଦିର ଦର୍ଶନ ପରେ ପ୍ରଧାନମନ୍ତ୍ରୀ ମୋଦୀ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନ କାର୍ଯ୍ୟକ୍ରମର ଅଂଶସ୍ବରୂପ ହାଇଦ୍ରାବାଦରେ ଏକ ରୋଡ୍‌ ସୋ’ରେ ଯୋଗ ଦେବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!