୫୧,୦୦୦ରୁ ଅଧିକଙ୍କୁ ମିଳିଲା ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୩୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ଗୁରୁବାର ରୋଜଗାର ମେଳା ଅଧିନରେ ସରକାରୀ ବିଭାଗ ଓ ସଙ୍ଗଠନରେ ନବ ନିଯୁକ୍ତ ୫୧,୦୦୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀଙ୍କୁ ନିଯୂକ୍ତି ପତ୍ର ବାଣ୍ଟିଛନ୍ତି। କେନ୍ଦ୍ର ସରକାରଙ୍କ ୧୧ତମ ରୋଜଗାର ମେଳାରେ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସରକାରୀ ଚାକିରୀ ପାଇଁ ଚୟନ ହୋଇଥିବା ୫୧ ହଜାର ୧୫୬ ଜଣ ନବ ନିଯୁକ୍ତ ଯୁବ ବର୍ଗଙ୍କୁ ନିଯୁକ୍ତି ପତ୍ର ବିତରଣ କରାଯାଇଛି । ଏଥିପାଇଁ ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୩୭ଟି ସ୍ଥାନରେ ଆୟୋଜିତ ହୋଇଛି ରୋଜଗାର ମେଳା । ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି ୫୦,୦୦୦ ରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରୀ ପାଇଁ ନିଯୁକ୍ତି ପତ୍ର ଦିଆଯାଇଛି। ମୁଁ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଏଥିପାଇଁ ବହୁତ ଅଭିନନ୍ଦନ ଜଣାଉଛି। ଭାରତ ସରକାରଙ୍କ କର୍ମଚାରୀ ଭାବରେ ଆପଣଙ୍କ ସମସ୍ତଙ୍କର ବଡ ଦାୟିତ୍ୱ ରହିଛି। ଆପଣ ଯେଉଁ ପଦରେ ଯେଉଁ କ୍ଷେତ୍ରରେ ରୁହନ୍ତୁନା କାହିଁକି ଆପଣଙ୍କର ସର୍ବୋଚ୍ଚ ପ୍ରାଥମିକତା ଦେଶବାସୀଙ୍କ ଇଜ ଅଫ ଲିଭିଙ୍ଗ ହେବା ଉଚିତ।କେନ୍ଦ୍ର ସରକାରଙ୍କ ଏହି ରୋଜଗାର ମେଳାରେ ରେଳ, ଆର୍ଥିକ ସେବା, ଡାକ, ଗୃହ ମନ୍ତ୍ରଣାଳୟ, ରାଜସ୍ବ, ଉଚ୍ଚ ଶିକ୍ଷା, ସ୍କୁଲ ଏବଂ ସାକ୍ଷରତା ବିଭାଗ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ଭଳି ବିଭିନ୍ନ ବିଭାଗରେ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!