ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୩୦।୧୧:- ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଘରେ ଘରେ ଲକ୍ଷ୍ମୀ ବସ୍ ର ଭର୍ଚୁଆଲ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାରେ ଶୁଭାରମ୍ଭ ହୋଇଯାଇଛି! ପ୍ରଥମ ପର୍ଯ୍ୟୟରେ ୪୨ ଗୋଟି ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ ହୋଇଯାଇଛି! ଲକ୍ଷ୍ମୀ ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟ ହେଲା ଗ୍ରାମାଞ୍ଚଳରୁ ସହରାଞ୍ଚଳ କୁ ସୁନିଶ୍ଚିତ ବସ୍ ସଂଯୋଗ କରିବା, ସୁଲଭ ଓ ନିର୍ଭରଯୋଗ୍ୟ ସେବା, ମହିଳା ଓ ଛାତ୍ର ଛାତ୍ରି ଏବଂ ସ୍ଥାନୀୟ ସମ୍ପ୍ରଦାୟଙ୍କୁ ସଶକ୍ତ କରଣ କରିବା, ପର୍ଯ୍ୟଟନ ଏବଂ ଆଞ୍ଚଳିକ ଅର୍ଥ ବ୍ୟବସ୍ଥା କୁ ପ୍ରୋତ୍ସହନ କରିବା, ଯାତ୍ରୀ ଏବଂ ସଡ଼କ ସୁରକ୍ଷାକୁ ଗୁରୁତ୍ଵ ଦେବା, ସ୍ଵଛ ଏବଂ ବୈଷୟିକ ଜ୍ଞାନକୌଶଳ ଦ୍ଵାରା ପରିଚାଳିତ ସାଧାରଣ ପରିବହନ ଓ ମହିଳା ମାନଙ୍କୁ ପଞ୍ଚାୟତରୁ ବ୍ଲକକୁ ଯିବା ଆସିବା ପାଇଁ ମାତ୍ର ୫ଟଙ୍କା କରାଯାଇଛି! ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ରମେଶ ଚନ୍ଦ୍ର ମାଝୀ, ଯୋଜନା ବୋର୍ଡ଼ ଅଧ୍ୟକ୍ଷ ମନହର ରନ୍ଧାରୀ, ବିଧାୟକ ଶଦାଶିବ ପ୍ରଧାନୀ, ପ୍ରକାଶ ଚନ୍ଦ୍ରମାଝୀ, SDC chairman ଉପେନ୍ଦ୍ର ଗଣ୍ଡ, ଉଷା ପାଢୀ , ଜିଲ୍ଲାପାଳ ଡ଼ଃ କମଳଲୋଚନ ମିଶ୍ର ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ!
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |