ନୂଆଦିଲ୍ଲୀ,୩।୧୨: ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲଙ୍ଗାନାର ନିର୍ବାଚନ ଫଳାଫଳ ଉପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ଜନାଦେଶକୁ ଆମେ ନମ୍ରତାର ସହ ଗ୍ରହଣ କରୁଛୁ – ଆଦର୍ଶ ସଂଗ୍ରାମ ଜାରି ରହିବ। ମୁଁ ତେଲଙ୍ଗାନାର ଲୋକଙ୍କ ନିକଟରେ ବହୁତ କୃତଜ୍ଞ – ଆମେ ନିଶ୍ଚିତ ଭାବେ ପ୍ରଜାଳୁ ତେଲେଙ୍ଗାନା କରିବାର ପ୍ରତିଶ୍ରୁତି ପୂରଣ କରିବୁ। ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ସେମାନଙ୍କର ପରିଶ୍ରମ ଏବଂ ସମର୍ଥନ ପାଇଁ ହୃଦୟରୁ ଧନ୍ୟବାଦ।
ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସ କ୍ଷମତା ହରାଇଥିବାବେଳେ ମଧ୍ୟପ୍ରଦେଶରେ ଲୋକମାନେ ପୁଣି ଥରେ ଭାଜପାକୁ ସୁଯୋଗ ଦେଇଛନ୍ତି। ଏଥି ସହିତ ତେଲଙ୍ଗାନାରେ କଂଗ୍ରେସ ଏକ ବମ୍ପର ବିଜୟ ଆଡକୁ ଗତି କରୁଛି।ତିନିଟି ରାଜ୍ୟ ରାଜସ୍ଥାନ,ମଧ୍ୟପ୍ରଦେଶ, ଛତିଶଗଡ଼ରେ ଦଳର ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ଯେ, ସେ ଜନାଦେଶକୁ ଗ୍ରହଣ କରୁଛନ୍ତି । କିନ୍ତୁ ଚିନ୍ତାଧାରାର ଲଢେଇ ଜାରି ରହିବ । ସେ ମଧ୍ୟ ତେଲେଙ୍ଗାନା ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ କହିଛନ୍ତି ଯେ ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ନିଶ୍ଚିତଭାବେ ପାଳନ କରାଯିବ । ଏହା ସହିତ ସେ ଦଳୀୟ କର୍ମୀଙ୍କ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଦେଇଛନ୍ତି ।ସେହିପରି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଏକ୍ସରେ ଲେଖିଛନ୍ତି, ତେଲେଙ୍ଗାନାର ଜନତା କଂଗ୍ରେସ ସପକ୍ଷରେ ଜନାଦେଶ ଦେଇଛନ୍ତି, ଇତିହାସ ସୃଷ୍ଟି କରିଛନ୍ତି। ଏହା ପ୍ରଜାଲା ତେଲେଙ୍ଗାନାର ବିଜୟ। ଏହା ହେଉଛି ରାଜ୍ୟବାସୀ ଓ କଂଗ୍ରେସ ଦଳର ପ୍ରତ୍ୟେକ କର୍ମକର୍ତ୍ତାଙ୍କ ବିଜୟ। ତେଲେଙ୍ଗାନାବାସୀଙ୍କୁ ମୋର ହୃଦୟରୁ ଧନ୍ୟବାଦ । ତେଲେଙ୍ଗାନାରେ ଶାନ୍ତି, ସମୃଦ୍ଧି ଓ ପ୍ରଗତି ପାଇଁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଜନତା କଂଗ୍ରେସ ଦଳକୁ ବିରୋଧୀ ଦଳ ଦାୟିତ୍ୱ ଦେଇଛନ୍ତି। ଲୋକଙ୍କ ରାୟ ଶିରୋଧାର୍ଯ୍ୟ। ଜୟ ହିନ୍ଦ!”
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |