ଭୁବନେଶ୍ୱର,୪।୧୨: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ମିଗଜୋମ’ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ । ଗତ ୬ଘଣ୍ଟା ୧୪ କିମି ବେଗରେ ଅଗ୍ରସର ହେବ । ଅଧିକ ଘନୀଭୂତ ହୋଇ କାଲି ଉପକୂଳ ଅତିକ୍ରମ କରିବ । ନେଲୋର ଓ ମଛଲିପଟନମ୍ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ପବନର ବେଗ ୯୦ ରୁ ୧୦୦ କିମି ରହିବ । ଚେନ୍ନାଇରୁ ୧୩୦ କିମି ଦୂରରେ ଅଛି ବାତ୍ୟା ।୫ ତାରିଖ ପୂର୍ବାହ୍ନ ବେଳକୁ ଅତି ଭୀଷଣ ବାତ୍ୟାର ରୂପ ନେଇ ନେଲୋର ଏବଂ ମଚ୍ଛଲିପଟନମ ନିକଟରେ ଲ୍ୟାଣ୍ଡଫଲ୍ କରିବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ତଥା ଝଟକା ପବନ ୧୧୦ କିଲୋମିଟର ବେଗରେ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆନ୍ଧ୍ରପ୍ରଦେଶ ଓ ତତ୍ସଂଲଗ୍ନ ଉତ୍ତର ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ପାଇଁ ବାତ୍ୟା ଚେତାବନୀ ଜାରି କରାଯିବା ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।ପୂର୍ବତଟ ରେଳପଥ ବାତ୍ୟା ସାଇକ୍ଲୋଥନ୍ ମିଚାଓଙ୍ଗ୍ ଏବଂ ଏହାର ପ୍ରଭାବରେ ସାମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଭୂମି କାର୍ଯ୍ୟ ରକ୍ଷଣାବେକ୍ଷଣର ପ୍ରସ୍ତୁତି କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ବିପର୍ଯ୍ୟୟର ପରିଚାଳନାର ଅଭିଜ୍ଞତାର ସୁଯୋଗ ନେଇ ପୂର୍ବତଟ ରେଳପଥ ମଧ୍ୟରେ ଯଦି ବାତ୍ୟା ମିଚାଓଙ୍ଗ୍ ଦ୍ୱାରା ଟ୍ରେନ୍ ଟ୍ରାଫିକ୍ ଏବଂ ରେଲୱେ ଟ୍ରାକ ପ୍ରଭାବିତ ହୁଏ ତେବେ ତାହାର ଶୀଘ୍ର ପୁନରୁଦ୍ଧାର ପାଇଁ ଯୋଜନା କରିଛି । ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ସହିତ ରେଳ ମଣ୍ଡଳ ମୁଖ୍ୟାଳୟ ବିଶାଖାପାଟନମ୍, ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ଠାରେ ୨୪ ଘଣ୍ଟିଆ ବିପର୍ଯ୍ୟୟ ପରିଚାଳନା ସେଲ୍ ଖୋଲାଯାଇଛି । ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ସତର୍କ କରାଯାଇଛି । ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଇଛି ।ସମ୍ବେଦନଶୀଳ ସ୍ଥାନଗୁଡିକର ନିରନ୍ତର ମନିଟରିଂ ଏବଂ ଟ୍ରାକ୍, ସିଗନାଲ୍ ସିଷ୍ଟମ୍ ଏବଂ ଓଭର ହେଡ଼ ବିଦ୍ୟୁତ ସରବରାହ ଇତ୍ୟାଦି ଶୀଘ୍ର ପୁନରୁଦ୍ଧାର ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଅଧିକାରୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହିତ ଶୀଘ୍ର କାର୍ଯ୍ୟସମ୍ପାଦନ କରିବାକୁ କହିଛନ୍ତି ।
ହେଲ୍ପଲାଇନ ନମ୍ବର:
ଭୁବନେଶ୍ୱର: ୦୬୭୪ – ୨୩୦୧୫୨୫, ୨୩୦୧୬୨୬, ୨୩୦୩୦୬୦,
ଟ୍ରେନ୍ ବାତିଲ୍:
ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଜ୍ଞପ୍ତି ସହିତ ଆଉ କିଛି ଟ୍ରେନ୍ ବାତିଲ କରାଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି|
୦୧. ୧୭୪୮୨ ତିରୁପତି-ବିଳାସପୁର ଏକ୍ସପ୍ରେସ ତିରୁପତିରୁ ୦୩.୧୨.୨୦୨୩ ରେ ।
୦୨. ୧୭୪୮୧ ବିଳାସପୁର-ତିରୁପତି ଏକ୍ସପ୍ରେସ ବିଳାସପୁରରୁ ୦୫.୧୨.୨୦୨୩ ରେ ।
୦୩. ୧୭୪୮୦ ତିରୁପତି-ପୁରୀ ଏକ୍ସପ୍ରେସ ତିରୁପତିରୁ ୦୪.୧୨.୨୦୨୩ ରେ ।
୦୪. ୧୭୪୭୯ ପୁରୀ – ତିରୁପତି ଏକ୍ସପ୍ରେସ ପୁରୀରୁ ୦୬.୧୨.୨୦୨୩ ରେ ।
୦୫. ୧୨୫୦୯ ବେଙ୍ଗାଲୁରୁ-ଗୌହାଟୀ ଏକ୍ସପ୍ରେସ ବେଙ୍ଗାଲୁରୁରୁ ୬ ଏବଂ ୭ ଡିସେମ୍ବର, ୨୦୨୩ ରେ ।
୦୬. ୧୮୧୯୦ ଏର୍ଣ୍ଣାକୁଲମ -ଟାଟା ଏକ୍ସପ୍ରେସ ଏର୍ଣ୍ଣାକୁଲମ ଠାରୁ ୦୬.୧୨.୨୦୨୩ ରେ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |