ଆଇଜୋଲ୍: ଚଳିତ ମିଜୋରାମ୍ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକ/ବିଧାୟିକାମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟସଂଖ୍ୟକ ‘ଇନ୍ଷ୍ଟାଗ୍ରାମ୍’ ଫଲୋୟର୍ସ ଥିବା ‘ଟିଭି ଆଙ୍କର୍’ ବେରିଲ୍ ବନ୍ନେଇସାଙ୍ଗୀ ରାଜ୍ୟର ସର୍ବକିନିଷ୍ଠ ବିଧାୟିକା ହେବାର ଗୌରବ ଅର୍ଜନ କରିଛନ୍ତି। ‘ଜୋରାମ୍ ପିପୁଲ୍ସ୍ ମୋଭ୍ମେଣ୍ଟ୍’ (ଜେଡ୍ପିଏମ୍) ଟିକେଟ୍ରେ ଦକ୍ଷିଣ ଆଇଜୋଲ୍-୩ୟ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ୩୨ବର୍ଷୀୟ ବେରିଲ୍ ‘ମିଜୋ ନ୍ୟାସ୍ନାଲ୍ ଫ୍ରଣ୍ଟ୍’ର (ଏମ୍ଏନ୍ଏଫ୍) ପ୍ରାର୍ଥୀ ଏଫ୍. ଲାଲନୁନ୍ମାୱିାଙ୍କୁ ୯,୩୭୦ ଖଣ୍ଡ ଭୋଟ୍ରେ ପରାସ୍ତ କରିଛନ୍ତି। ନିର୍ବାଚନ କମିସନ୍ରେ ଦାଖଲ କରିଥିବା ସତ୍ୟପାଠରେ ବେରିଲ୍ ଉଲ୍ଲେଖ କରିଛନ୍ତି ଯେ, ପୂର୍ବରୁ ସେ ‘ଆଇଜୋଲ୍ ମହାନଗର ନିଗମ’ର ଜଣେ କର୍ପୋରେଟର୍ ଥିଲେ। ମେଘାଳୟ ଅନ୍ତର୍ଗତ ସିଲଂସ୍ଥିତ ‘ନର୍ଥ ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍ସିଟି’ରୁ ଏମ୍. ଏ. ପାସ୍ କରିଥିବା ବେରିଲ୍ ଜଣେ ‘ଟେଲିଭିଜନ୍ ଆଙ୍କର୍’ ଭାବେ କାର୍ଯ୍ୟ କରି ପ୍ରସିଦ୍ଧି ଅର୍ଜନ କରିଥିଲେ। ତାଙ୍କ ନାମରେ କୌଣସି ଅପରାଧିକ ମାମଲା ନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |