ଭୁବନେଶ୍ୱର , ୯।୧୨: ମଦ ଭାଟି ମ୍ୟାନେଜରଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା।ଓଡ଼ିଶାରେ ଆଇଟି ଗତ ୩ ଦିନ ହେଲା ଚାଲିଛି ରେଡ୍। ଯାହାକୁ ନେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ମଦ ବ୍ୟବସାୟୀଙ୍କ ଉପରେ ଘର ଓ ଭାଟିରେ ଚଢ଼ଉ କରି ଆୟକର ବିଭାଗ ୩୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିସାରିଲାଣି। ଏବେ ମଧ୍ୟ ଟଙ୍କା ଗଣା ଚାଲିଛି। ଜବତ ହୋଇଥିବା ଟଙ୍କା ବଲାଙ୍ଗିର ଏସ୍ବିଆଇ ମୁଖ୍ୟ ଶାଖାକୁ ନିଆଯାଇଛି। ତେବେ କେତେ ଟଙ୍କା ମିଳିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଗଣତି ପରେ ଟଙ୍କାର ପରିମାଣ ସ୍ପଷ୍ଟ ହେବ। ଟଙ୍କା ଗଣି ଗଣି ମଣିଷ ଥକି ଯାଇଥିବା ବେଳେ ବାରମ୍ବାର ମେସିନ୍ ବି ଖରାପ ହେଉଛି, ତଥାପି ଟଙ୍କା ସରୁନି । ଯାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି । ବଲାଙ୍ଗିର ସୁଦପଡ଼ାର ମଦ ଭାଟି ମ୍ୟାନେଜର ରାଜେଶ ସାହୁଙ୍କ ଘର ଆଲମାରୀରୁ ବିଡ଼ା ବିଡ଼ା ଟଙ୍କା ମିଳିବା ପରେ ଏହାର ଚେର ଖୋଜା ଚାଲିଛି ।ବର୍ତ୍ତମାନ ସୁଦ୍ଧା ମଦ ବେପାରୀଙ୍କଠାରୁ ୩୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇସାରିଲାଣି। ମଦ ଭାଟି ମାଲିକ ଦୀପକ ସାହୁ ଓ ସଞ୍ଜୟ ସାହୁ ଫେରାର ଅଛନ୍ତି।ସୁଦପଡ଼ାରେ ରହିଥିଲା ବଳଦେବ ଆଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡ୍ ମଦ ଭାଟି। ସେହି ଭାଟିର ମ୍ୟାନେଜର ହେଉଛନ୍ତି ବଣ୍ଟି। ସେ ମଦ ଭାଟିଠାରୁ ଅଳ୍ପ ଦୂରରେ ରହୁଥିଲେ। ଆଜି ରାତି ପ୍ରାୟ ୮ଟା ବେଳେ ଆୟକର ବିଭାଗ(IT)ର ସ୍ୱତନ୍ତ୍ର ଟିମ୍ ପହଞ୍ଚି ଥିଲେ। ସାଥୀରେ ଥିଲେ ସିଇଆଇଏସ୍ଏଫ୍ ଯବାନ ଓ ଓଡ଼ିଶା ପୁଲିସ୍। ଆୟକର ବିଭାଗ ଟିମ୍ ସଦସ୍ୟମାନେ ବଣ୍ଟି ଘର ଭିତରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ। ସେହି ସମୟରେ ସେମାନଙ୍କୁ ବିପୁଳ ପରିମାଣରେ ଟଙ୍କା ମିଳିଥିଲା। ସେହି ଟଙ୍କାକୁ ପିକ୍ଅପ୍ ଭ୍ୟାନ୍ରେ ଲୋଡ୍ କରାଯାଇ ଏସ୍ବିଆଇ ବଲାଙ୍ଗିର ମୁଖ୍ୟ ଶାଖାକୁ ନିଆଯାଇଛି। ଟଙ୍କାକୁ ବ୍ୟାଗ ଓ ପେଟିରେ ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଛି। ଗଣତି ପରେ ଘରୁ କେତେ ଟଙ୍କା ମିଳିଲା, ତାହା ଜଣାପଡ଼ିବ। ଅନ୍ୟପକ୍ଷରେ ବଣ୍ଟି ଘରୁ ଟଙ୍କା ମିଳିଥିବା ସ୍ୱୀକାର କରିଛନ୍ତି ଆୟକର ବିଭାଗ ଟିମ୍। ବଲାଙ୍ଗିରରୁ ପୁଣି ବିପୁଳ ଟଙ୍କା ଜବତ ହୋଇଛି । ସୁଦପଡ଼ାର ଅନ୍ୟତମ ମ୍ୟାନେଜର ବଣ୍ଟି ସାହୁ ଘରୁ ମିଳିଲା ୧୫ ପେଟି ଓ ୫ଟି ବଡ଼ ବ୍ୟାଗରେ ଭର୍ତ୍ତି ଟଙ୍କା । ଆନୁମାନିକ ୩୦ କୋଟି ଟଙ୍କା ଜବତ ହୋଇଛି । କଡ଼ା ସୁରକ୍ଷା ଭିତରେ ଟଙ୍କା ଆଣିଲା ଆୟକର ବିଭାଗ ।ସେପଟେ ଆଜି ଭୂବନେଶ୍ବର ସ୍ଥିତ ଆଇଟି ମୁଖ୍ୟ କାର୍ଯ୍ୟାଳୟରେ ମଦବେପାରୀ ସଂଞ୍ଜୟ ସାହୁ, ଦୀପକ ସାହୁ ଏବଂ ବଳଦେବ ଗ୍ରୁପ ଅଫ କମ୍ପାନୀର କର୍ମକର୍ତ୍ତା ହାଜର ହେବା ନେଇ ସୂଚନା ରହିଛି । ତିନି ଦିନ ହେଲା ଟଙ୍କା ପାହାଡ଼ର ଗୁମର ଖୋଲିବାରେ ଲାଗିଛନ୍ତି ଆଇଟି ଅଧିକାରୀ । ଆଜି ଭୂବନେଶ୍ବର ସ୍ଥିତ ଆଇଟି ମୁଖ୍ୟ କାର୍ଯ୍ୟାଳୟରେ ମଦବେପାରୀ ସଂଞ୍ଜୟ ସାହୁ, ଦୀପକ ସାହୁ ଏବଂ ବଳଦେବ ଗ୍ରୁପ ଅଫ କମ୍ପାନୀର କର୍ମକର୍ତ୍ତା ହାଜର ହେବା ନେଇ ସୂଚନା ରହିଛି । ତିନି ଦିନ ହେଲା ଟଙ୍କା ପାହାଡ଼ର ଗୁମର ଖୋଲିବାରେ ଲାଗିଛନ୍ତି ଆଇଟି ଅଧିକାରୀ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |