ଓଡିଶାରେ ଶୀତର ପ୍ରଭାବ,୧୦ ଡିଗ୍ରୀ ତଳକୁ ଖସିଲାଣି ପାରଦ

ଭୁବନେଶ୍ୱର,୧୨।୧୨:ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରଭାବ ଅଧିକ ରହିଛି। ଆସନ୍ତା ଦୁଇ ଦିନ ଭିତରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତରରୁ ପଶ୍ଚିମ ସବୁଠି ଲାଗିଲାଣି ଥଣ୍ଡା। କନ୍ଧମାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୧୦ ଡିଗ୍ରୀ ତଳକୁ ପାରଦ ଖସିଆସିଛି। ଶୀତରେ ଥରୁଛି ସାରା ମୟୂରଭଞ୍ଜ ଜିଲ୍ଲା । ଶୀତ ଯୋଗୁଁ ସମଗ୍ର ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଶିମିଳିପାଳରେ ତାପମାତ୍ରା 6 ଡିଗ୍ରୀ ରହିଥିବାବେଳେ ଉପର-ବରାକାମୁଡ଼ାର ତାପମାତ୍ରା ସର୍ବନିମ୍ନ 3 ଡିଗ୍ରୀ ରହିଛି । ଗତକାଲି ଜି.ଉଦୟଗିରିରେ ତାପମାତ୍ରା ୯.୫ ଡିଗ୍ରୀ ସେଲସିଅସ, ଦାରିଂବାଡ଼ିରେ ୧୦. ୫ ଡିଗ୍ରୀ ଓ ଫୁଲବାଣୀରେ ୧୧ ଡିଗ୍ରୀ ଥିଲା। ସକାଳ ୯ ଟା ପ୍ରବଳ ଶୀତ ସହିତ କୁହୁଡ଼ି ଲାଗି ରହିଛି। କୋରାପୁଟରେ ମଧ୍ୟ ତାପମାତ୍ରା ୧୦-୧୨ ଡିଗ୍ରୀ ରହୁଛି। ଅସହ୍ୟ ଜାଡ ଯୋଗୁଁ ସାରା ରାଜ୍ୟରେ ପ୍ରଭାବିତ ହୋଇଛି ଜନଜୀବନ।ସକାଳୁ ସକାଳୁ ଘନ କୁହୁଡ଼ି ଲାଗି ରହୁଛି ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି । ଗତକାଲି ଠାରୁ ପ୍ରବଳ ଶୀତ ଲାଗି ରହିଛି । ପ୍ରବଳ ଶୀତ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଛି । ଲୋକେ ସ୍ଥାନେ ସ୍ଥାନେ ନିଆଁ ଲଗାଇ ଶୀତ ପ୍ରକୋପରୁ ଉପଶମ ଲାଭ କରୁଥିବା ବେଳେ ଯୁବ ବର୍ଗ ବ୍ୟାୟାମ, ପ୍ରାତଃ ଭ୍ରମଣ କରୁଥିବା ଦେଖିବାକୁ ମିଳୁଛି । ଶିମିଳିପାଳ ଅଭୟାରଣ୍ୟ ଆଭ୍ୟନ୍ତରୀଣ ଇଲାକାରେ ଶୀତର ପ୍ରକୋପ ଆହୁରି ଅଧିକରୁ ଅଧିକ ରହୁଥିବାର ଜଣାପଡ଼ିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!