ରଙ୍ଗ ମାଟି ଖୋଳିବା ବେଳେ ଧସିଲା ମାଟି ଅତଡା : ଜଣେ ମୃତ , ଜଣେ ଗୁରୁତର

 

ନବରଙ୍ଗପୁର( ମିହିର ଶଙ୍କର ପାତ୍ର), ,୧୪।୧୨: କାରାଗାଁ ପଞ୍ଚାୟତ ଲୋହରାଗୁଡା ଗ୍ରାମ ନିକଟରେ ରଙ୍ଗ ମାଟି ଖୋଳିବାକୁ ଯାଇଥିବା ବେଳେ ମାଟି ଅତଡା ଧସି ଚାପିହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଉମରକୋଟ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅଛନ୍ତି । ସୂଚନାଯୋଗ୍ୟ ଯେ , ଆଗକୁ ଆଦିବାସୀଙ୍କ ଦିଆଲି ପର୍ବ ଥିବାରୁ ଘର ଲିପିବା ନିମନ୍ତେ ରଙ୍ଗ ମାଟି ଆଣିବା ପାଇଁ ଝରିଗାଁ ବ୍ଲକ ଚିତିବେଡ଼ା ପଞ୍ଚାୟତ ମନୁଗୁଡାର ୭ ଜଣ ମହିଳା ଓ ରତାଖଣ୍ଡିଗୁଡ଼ା ପଞ୍ଚାୟତ କାଳିଆଗୁଡ଼ା ଗ୍ରାମର ୬ ଜଣ ମହିଳା ବୁଧବାର କାରାଗାଁ ପଞ୍ଚାୟତର ଲୋହରାଗୁଡା ନିକଟରେ ଥିବା ଏକ ରଙ୍ଗ ମାଟି ଖାଦାନରୁ ମାଟି କାଡୁଥିବା ବେଳେ ହଠାତ ମାଟି ଅତଡ଼ା ଧସି ପଡ଼ିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!