ନୂଆଦିଲ୍ଲୀ,୧୪।୧୨:ଆଜି ଜୋହାନ୍ସବର୍ଗରେ ତୃତୀୟ ତଥା ଅନ୍ତିମ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଭାରତ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି ୮ ଟା ୩୦ ରେ ଆରମ୍ଭ ହେବ।ପ୍ରଥମ ମ୍ୟାଚ୍ ବର୍ଷା ଧୋଇନେବା ପରେ ମଙ୍ଗଳବାର ଗ୍ବେବେରାରେ ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍କୁ ଘରୋଇ ଦଳ ୫ ୱିକେଟ୍ରେ ଜିତିଥିଲା। ଯାହାଫଳରେ ୩ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ୧-୦ରେ ଅଗ୍ରଣୀ ରହିଛି। ଗୁରୁବାର ଜୋହାନସବର୍ଗରେ ଶୃଙ୍ଖଳାର ଶେଷ ମ୍ୟାଚ୍ ଖେଳାଯିବାକୁ ଥିବାରୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଏହାକୁ ବରାବର କରିବା ଲକ୍ଷ୍ୟରେ ରହିଛି।ଭାରତ ୫ ବୋଲରଙ୍କୁ ପ୍ରୟୋଗ କରିଥିଲେ ମଧ୍ୟ ସମସ୍ତଙ୍କ ଇକୋନୋମି ୯.୦୦ ପାଖାପାଖି ରହିଥିଲା। ଏପରିକି ଅର୍ଶଦୀପ ସିଂହ (୧୫.୫୦) ଓ ମୁକେଶ କୁମାର (୧୧.୩୩)ଙ୍କୁ ପ୍ରବଳ ପ୍ରହାର ପଡ଼ିଥିଲା। ସ୍ପିନର କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍ ମଧ୍ୟ କାମ ଦେଇ ନଥିଲା। ଯାହାର ଫାଇଦା ନେଇ ରିଚା ହେଣ୍ଡ୍ରିକ୍ସ ଓ ଐଦେନ ମାରକ୍ରମ ଆରମ୍ଭରୁ ୧୫.୦୦ ରନ୍ ପାଖାପାଖି ହାରରେ ରନ୍ ସଂଗ୍ରହ କରି ଦଳକୁ ୭ବଲ୍ ପୂର୍ବରୁ ଜିତାଇଥିଲେ। ତେଣୁ ବୋଲରଙ୍କୁ ଅଧିକ ଯତ୍ନବାନ୍ ହୋଇ ଗୁରୁବାର ଖେଳିବାକୁ ପଡ଼ିବ। ଜୋହାନସବର୍ଗରେ ଭାରତ ପୂର୍ବରୁ ଭଲ ପ୍ରଦର୍ଶନ ଦେଇଆସିଛି। ଏପରିକି ଟ୍ବେଣ୍ଟି-୨୦ରେ ଭାରତ ୩-୧ର ରେକର୍ଡ ବହନ କରୁଛି। ଅନ୍ୟପକ୍ଷରେ ଶେଷ ମ୍ୟାଚ୍ରେ ଗେରାଲ୍ଡ କୋଏଟ୍ଜି, ମାର୍କୋ ୟାନସେନ୍, ଲୁଙ୍ଗି ଏନ୍ଗିଡି ଖେଳୁ ନଥିବାରୁ ଭାରତ ପାଇଁ ଟିକେ ସହଜ ହୋଇଯିବ।ସମ୍ଭାବ୍ୟ ଭାରତୀୟ ଦଳ: ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ବାଡ/ଶୁବମନ ଗିଲ୍, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ରିଙ୍କୁ ସିଂହ, ଜିତେଶ ଶର୍ମା, ରବୀନ୍ଦ୍ର ଜାଡ଼େଜା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ/ରବି ବିଷ୍ଣୋଇ, ମହମ୍ମଦ ସିରାଜ, ମୁକେଶ କୁମାର।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ: ରିଜା ହେଣ୍ଡ୍ରିକ୍ସ, ମାଥ୍ୟୁ ବ୍ରିଜକି, ଐଦେନ ମାରକ୍ରମ, ହେନରିକ କ୍ଲାସେଁ, ଡେଭିଡ୍ ମିଲର, ତ୍ରିଷ୍ଟନ ଷ୍ଟବ୍ସ, ଡୋନୋଭାନ ଫେରୈରା, ଅଣ୍ଡିଲେ ଫେଲୁକ୍ବାୟୋ, ଲିଜାର୍ଡ ୱିଲିୟମ୍ସ, ଓଟନିଲ ବାର୍ଟମ୍ୟାନ/ନାନ୍ଦ୍ରେ ବର୍ଗର, ତାବ୍ରେଜ ସାମ୍ସି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |